ରାଜନୈତିକ ଶତ୍ରୁତାରୁ ବାଙ୍କିରେ ଡବଲ ମର୍ଡର, ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃୃତ୍ତ

ବାଙ୍କୀ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କିରେ ଡବଲ ମର୍ଡର । ଉଗ୍ରରୂପ ନେଇଛି ରାଜନୈତିକ ଶତ୍ରୁତା । ବୈଦ୍ୟେଶ୍ୱର ଥାନା ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃତ୍ତ । ଏଥରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ସହଯୋଗୀ ଆଦିତ୍ତ୍ୟ ରଣସିଂହ ଖଜୁରୀପଦାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁବୃତ୍ତ ମାନେ ରାସ୍ତାରେ ଟାଙ୍ଗିଆ ଓ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ପ୍ରଥମେ ଆଦିତ୍ତ୍ୟ ରଣସିଂହଙ୍କୁ ବାଙ୍ଗୀ ଡାକ୍ତରଖାନାକୁ ଅଣାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ SCB ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.