ଓଡ଼ିଶାର ପ୍ରଥମ ମାସିକ ପାରିବାରିକ ସାହିତ୍ୟିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼. ଇତି ସାମନ୍ତଙ୍କୁ ମିଳିଲା ମର୍ଯ୍ୟାଦାଜନକ ଲିଟେରାରୀ ଏକ୍ସଲେନ୍ସ ଆୱାର୍ଡ
କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ପ୍ରଥମ ମାସିକ ପାରିବାରିକ ସାହିତ୍ୟିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼. ଇତି ସାମନ୍ତ ସମ୍ମାନୀତ ହୋଇଛନ୍ତି। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ଲିଟେରାରୀ ଏକ୍ସଲେନ୍ସ ଆୱାର୍ଡ। ଦେଶର ସାଂସ୍କୃତିକ ଓ ବୌଦ୍ଧିକ ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଡ.ଇତି ସାମନ୍ତଙ୍କୁ ପୁରସ୍କୃତ କରାଯାଇଛି। ଭାରତ ନିର୍ମାଣ ଗ୍ରୁପ ଦ୍ୱାରା ଆୟୋଜିତ ଦ୍ୱାଦଶ ଏସିଆନ୍ ଲିଟେରାରୀ ଫେଷ୍ଟିଭାଲ୍ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଡ. ଇତି ସାମନ୍ତଙ୍କ ଅନୁପସ୍ଥିତରେ ପୁରସ୍କାର ଗ୍ରହଣ କରିଥିଲେ ଶ୍ରୀଜିତ ଅଭିଷେକ।