Below header

କ୍ୟାଟ୍ରିନାଙ୍କ ଏହି ଡ୍ରେସର ମୂଲ୍ୟ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କଣ ରହିଛି ଦର

ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କ ଷ୍ଟାଇଲକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ଲାଗିରହିଥାଏ । ଉଭୟ ପାଶ୍ଚାତ୍ୟ ଓ ଦେଶୀ ଲୁକରେ କ୍ୟାଟ୍ରିନା ଖୁବ ସୁନ୍ଦର ଦେଖାଯାନ୍ତି । ନିଜ ବୋଲଡ ଡ୍ରେସକୁ ବି ସେ ଏମିତି ସମ୍ଭାଳନ୍ତି ଯେ ଯାହାକୁ ପ୍ରଶଂସା ନକରି ରହି ହୁଏନି । କିଛି ଦିନ ତଳେ ”ଫେମିନା ବ୍ୟୁଟି ଆୱାର୍ଡ” ସୋ’ରେ କାଟ୍ରିନା ପିନ୍ଧିଥିବା ଡ୍ରେସକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି । ଡିଜାଇନ ବ୍ୟତୀତ ଏହି ଡ୍ରେସର ପ୍ରକୃତ ଦର ବିଷୟରେ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ ।

katrina

ଏହି ସୋ’ରେ କ୍ୟାଟ୍ରିନା ଏକ ଧଳା ରଙ୍ଗର ନେକ ଲାଇନର ଡ୍ରେସ ପିନ୍ଧିଥିବା ନଜର ଆସିଥିଲେ । କ୍ୟାଟ୍ରିନାଙ୍କ ଏହି ଡ୍ରେସ ଟିକୁ ଡିଜାଇନ କରିଥିଲେ ପ୍ରଶିଦ୍ଦ ଡିଜାଇନର ଏଲେକ୍ସ ପ୍ୟାରୀ । କିନ୍ତୁ ଏହି କ୍ୟାଟ୍ରିନାଙ୍କ ଏହି ଗାଉନର ମୂଲ୍ୟ ଜାଣି ଆପଣ ନିଶ୍ଚିତ ରୂପେ ନିଜ ମୁଣ୍ଡରେ ହାତ ଦେବେ । ଭାରତୀୟ ମୁଦ୍ରା ଅନୁସାରେ ଏହି ଗାଉନର ମୂଲ୍ୟ ହେଉଛି ୧,୯୩,୪୬୪ ଟଙ୍କା । କହି ରଖିବା ଉଚିତ ହେବକି କାଟ୍ରିନା ଅକ୍ଷୟକୁମାରଙ୍କ ସହ ସୂର୍ଯ୍ୟବଂଶୀ ନାମକ ସିନେମା କାମରେ ବ୍ୟସ୍ତ ଅଛନ୍ତି । ଲମ୍ବା ସମୟର ବ୍ୟବଧାନ ପରେ ଦୁହେଁ ଏକାଠି କାମ କରୁଥିବା ଜଣାଯାଇଛି ।

katrina

ପ୍ରକୃତରେ ଏହି ଆୱାର୍ଡ ସୋ’ ରେ ବଲିଉଡର ଅଧିକାଂଶ ସୁନ୍ଦରୀ ଅଂଶଗ୍ରହଣ କରିଥିଲେ । ଯେଉଁ ମାନଙ୍କ ଭିତରେ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, କ୍ୟାଟ୍ରିନା କେଫ ଭଳି ଅଭିନେତ୍ରୀ ମାନେ ଥିଲେ । ଭାଗ ନେଇଥିବା ଅନ୍ୟ ସମସ୍ତ ସୁନ୍ଦରୀଙ୍କ ଲୁକ ବି ଖୁବ ଷ୍ଟାଇଲିସ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.