ଆସନ୍ତାକାଲିଠୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ ! ଆଜି ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ରାଜ୍ୟରେ ପ୍ରକୋପ ଦେଖାଉଛି ଝଡ଼ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ ଏହାର ପ୍ରଭାବ ଜାରି ରହିବ । ବିଶେଷ କରି ଉପକୂଳବର୍ତ୍ତୀ ଓ କିଛି ଆଭ୍ୟନ୍ତରୀଣ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଦିନରେ ଖରା ତାତି । ସନ୍ଧ୍ୟାରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟରେ ପ୍ରକୋପ ଦେଖାଉଛି ଝଡ଼ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ ଏହାର ପ୍ରଭାବ ଜାରି ରହିବ । ବିଶେଷ କରି ଉପକୂଳବର୍ତ୍ତୀ ଓ କିଛି ଆଭ୍ୟନ୍ତରୀଣ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ଏହାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଗତକାଲି ରାଜ୍ୟରେ ୧୭ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା । ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ୪୩.୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର । ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ଏହି ସମୟରେ ରାଜ୍ୟକୁ ସାମୁଦ୍ରିକ ଜଳୀୟ ବାଷ୍ପପୂରର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.