ମାଲକାନଗିରି କାଲିମେଳାରେ କାଳ ବୈଶାଖୀ ତାଣ୍ଡବ:ଘଡଘଡି ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳାରେ କାଳ ବୈଶାଖୀ ତାଣ୍ଡବ । ମାଲଭରମ ଗାଁରେ ଗତକାଲି ରାତିରେ ଘଡଘଡି ବର୍ଷାରେ ଭାଙ୍ଗିଛି ଯୋଗୁ ୧୫ରୁ ଅଧିକ ଘର । ସେହିପରି କୋଇକଣ୍ଡା ଗାଁରେ ମଧ୍ୟ ଜଣଙ୍କ ଘର ଭାଙ୍ଗିଯାଇଛି।

କିଛି ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ମାଲଭରମର ଏକ ଆଶ୍ରମ ସ୍କୁଲର ସମ୍ପୂର୍ଣ୍ଣ ଆଜବେଷ୍ଟସ୍‌ ଉଡିଯାଇଛି। ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଂଚି ସର୍ଭେ କରିଛନ୍ତି। ଅଗ୍ନିଶମବାହିନୀଙ୍କ ଦ୍ୱାରା ରାସ୍ତା ସଫା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.