କରଞ୍ଜିଆ ଜାମୁତି ଗ୍ରାମପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ଘର ଓ ଛିଣ୍ଡିଲା ବିଦ୍ଯୁତ୍ ତାର

କରଞ୍ଜିଆ(କେନ୍ୟୁଜ୍‌): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଜାମୁତି ଗ୍ରାମ ପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବଲୀଳା । ଗତକାଲି ରାତିରେ ଜାମୁତି, କାଶିଆବେଡା ପ୍ରଭୁତି ଗାଁ ରେ କାଳ ବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗିଯିବା ସହିତ ବିଦ୍ଯୁତ୍ ତାର ଛିଣ୍ଡି ଯାଇଛି ।

କାଳ ବୈଶାଖୀ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡି ପଡି ଘର ଉପରେ ପଡିଯାଇଛି । ଯାହା ଫଳରେ ଅଳ୍ପକେ ବଞ୍ଚି ଯାଇଛନ୍ତି ଗୃହପାଳିତ ପଶୁ ଏବଂ ଲେକମାନେ । କାଶିଆବେଡା ବିଦ୍ୟାଳୟରେ ଘର ଉପରେ ଗଛ ପଡିବାରୁ ଆଜି ଛାତ୍ରଛାତ୍ରୀ ବାହାରେ ପାଠ ପଢ଼ୁଛନ୍ତି ।

କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବିଦ୍ଯୁତ୍ ଖୁଣ୍ଟ ଭାଙ୍ଗି ଥିବାରୁ ବିଜୁଳି ସେବା ବନ୍ଦ ରହିଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ ମୂଲ୍ୟବାନ ସାମଗ୍ରୀ ମଧ୍ୟ ନଷ୍ଟ ହେଇଛି । କାଳ ବୈଶାଖୀ ଆଣି ଦେଇଛି ଅନେକ ଦୁଃଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.