କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ପରେ ମିଳିଲା NIP ଆୱାର୍ଡ, ପୁରସ୍କାର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ

କନ୍ଧମାଳ(କେନ୍ୟୁଜ୍):କନ୍ଧମାଳ ହଳଦୀକୁ ଆଉ ଏକ ସଫଳତା। ଜିଆଇ ମାନ୍ୟତା ପରେ କନ୍ଧମାଳ ହଳଦୀକୁ ମିଳିଲା ସମ୍ମାନଜନକ ନ୍ୟାସନାଲ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି -NIP ଆୱାର୍ଡ। ଗତ ଅଗଷ୍ଟ ୧୬ରୁ ୧୮ ତାରିଖ ମଧ୍ୟରେ ଦିଲ୍ଲୀରେ GI ମାନ୍ୟତା ପାଇଥିବା ଉତ୍ପାଦ ମେଳାରେ କନ୍ଧମାଳ ହଳଦୀ ସାମିଲ ହୋଇ ନ୍ୟାସନାଲ IP ଆୱାର୍ଡ ପ୍ରତିଯୋଗୀତା ପାଇଁ ବିବେଚିତ ହୋଇଥିଲା। ୫ଟି କାଟାଗୋରୀରୁ କୃଷି ବିଭାଗରେ କନ୍ଧମାଳ ହଳଦୀ ସ୍ଥାନ ପାଇଥିଲା।

ଗୁଣବତ୍ତା ପାଇଁ କନ୍ଧମାଳ ହଳଦୀ national GI POLL ମାଧ୍ୟମରେ ପ୍ରଥମ ସ୍ଥାନ ହାସଲ କରିଛି। ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀରେ ଏକ ବିଜନେସ କନ୍‌କ୍ଳେଭରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ କନ୍ଧମାଳ ହଳଦୀକୁ ବିଜେତା ଘୋଷଣା କରି ନ୍ୟାସନାଲ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଆୱାର୍ଡ ପ୍ରଦାନ କରିଥିଲେ। ଏନେଇ କନ୍ଧମାଳ ଚାଷୀ ଙ୍କୁ କସମ ପକ୍ଷରୁ ଅଭିନନ୍ଦନ ବ୍ୟକ୍ତ କରାଯାଇଥି। ଏହି ମାନ୍ୟତା ହାସଲ କରି ଦେଶରେ କନ୍ଧମାଳ ହଳଦୀ ଆଦୃତ ହୋଇପାରିବ ବୋଲି କସମ ସମ୍ପାଦକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.