କରଞ୍ଜିଆ: ବଳଦ ବେପାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

କରଞ୍ଜିଆ (କେନ୍ୟୁଜ): ଆଜି ସକାଳୁ ବଳଦ ବେପାରୀ ପାଖରୁ ଲୁଟ, ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ସୁକୃଳି ରାସ୍ତା ନିକଟରୁ। ଆଜି ସିଙ୍ଗଡା ସପ୍ତାହିକ ହାଟ ଥିବାରୁ ଅମୁଲ୍ୟ ବାରିକ ନାମକ ଜୈନେକ ବଳଦ ବେପାରୀ ହାଟକୁ ଏକ ବାଇକ ଯୋଗେ ଆସୁଥିବା ସମୟରେ କିଛି ଦୁର୍ବୁତ୍ତ ଏକ ଚାରି ଚକିଆ ଯାନରେ ପଛପଟୁ ଧକ୍କା ଦେବା ପାଇଁ ଚେଷ୍ଟା କରିଥିଲେ । ତେବେ ବେପାରୀ ଜଣକ ରାସ୍ତା କଡ଼କୁ ଚାଲିଯିବା ଫଳରେ ଗାଡ଼ି ରୁ ତିନି ଜଣ ବ୍ୟକ୍ତି ବାହାରି ବେପାରୀ ଜଣଙ୍କୁ ନିର୍ଧୁମ ପ୍ରହାର କରିବା ସହିତ ଠେଲି ଦେଇଥିଲେ ।

ଏହା ପରେ ବ୍ୟକ୍ତି ଜଣଙ୍କ ଧରିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଦ୍ରୁତଗତି ରେ ଦୁର୍ବୃତ୍ତ ମାନେ ସେଠାରୁ ଖସି ପଳାଇ ଥିଲେ । ତେବେ ବେପାରି ଜଣଙ୍କ ସେଠାରେ ପାଟି କରିବାରୁ କିଛି ପଥଚାରି ଘଟଣା ସମ୍ପର୍କରେ ଅବଗତ ହୋଇ ପୋଲିସକୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାବେଳେ ଚୋରି ହଇଥିବା ବଳଦ ବେପାରୀ ମଧ୍ୟ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.