କାର୍ଯ୍ଯରତ ସମୟରେ ଟଳିପଡିଲେ ଶ୍ରୀ ଜଗନ୍ନାଥ ମନ୍ଦିର ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ନାୟକ

କରଞ୍ଜିଆ(କେନ୍ଯୁଜ): ଜଗନ୍ନାଥ ମନ୍ଦିରର ସୁରକ୍ଷାକର୍ମୀ ରୂପେ କାର୍ଯ୍ୟରତ ଚିତ୍ତରଂଜନ ନାୟକଙ୍କ ଅକାଳ ବିୟୋଗ ହଇଛି । ଗତକାଲି ପୁରୀ ଜଗନ୍ନାଥ ମନ୍ଦିରରେ କାର୍ଯ୍ୟରତ ଥିବାବେଳେ ହଠାତ୍ ଉଚ୍ଚ ରକ୍ତଚାପ ହେତୁ ପଡିଯିବାରୁ ମୃତ୍ୟୁ ଘଟିଥିଲା । ତେବେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମର ଶରୀରକୁ ପୈତୃକ ଗ୍ରାମ ରରୁଆଁ ଥାନା ଅନ୍ତର୍ଗତ ହଳଦିଆକୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ଯ ସମ୍ପନ୍ନ କରାଯାଇଛି।

କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟ ବିକାଶ ଭୁଆଁଙ୍କ ନିର୍ଦ୍ଦେଶକ୍ରମେ ରରୁଆଁଥାନା ଅନ୍ତର୍ଗତ ହଳଦିଆ ଗ୍ରାମରେ ତାଙ୍କର ମୃତଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ମାନିତ କରିବା ଉଦ୍ଦେଶ୍ୟରେ କରଞ୍ଜିଆ SF ଏକ-ଚତୁର୍ଥାଂଶ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.