ଆଖି ବୁଜିଲେ ଅନୁଭବଙ୍କ ବାପା, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ପରଲୋକରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ପୂର୍ବରୁ ଶାରୀରିକ ଅସୁସ୍ଥତା ଥିଲା ।

ଭୁବନେଶ୍ୱର(କେନ୍ୟୁଜ୍‌): ପରଲୋକରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ପୂର୍ବରୁ ଶାରୀରିକ ଅସୁସ୍ଥତା ଥିଲା । ଆଜି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିବା ବେଳେ, ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ମର ଶରୀରକୁ କଟକ ନନ୍ଦିସାହି ସ୍ଥିତ ବାସଭବନରେ ରଖାଯାଇଥିଲା । ସ୍ବର୍ଗତ ଅଭୟ ମହାନ୍ତି ଅଧ୍ୟାପକ ଭାବେ ବିଭିନ୍ନ ମହା ବିଦ୍ୟାଳୟରେ କାର୍ଯ୍ୟ କରିବା ସହ ବେଶ୍ ଲୋକପ୍ରିୟ ଥିଲେ । ଦେହାନ୍ତ ଖବର ପାଇବା ପରେ ଅନ୍ତିମ ଦର୍ଶନ କରିବା ପାଇଁ ବାସ ଭବନରେ ଭିଡ ଦେଖିବାକୁ ମିଳିଛି। ଅଧ୍ୟାପନା ସହିତ ସେ ଅଭିନୟରେ ମଧ୍ୟ ରୁଚି ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.