Below header

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡା ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡା ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ଶ୍ୱାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ଚିକିତ୍ସା ଚାଲିଛି ।

ହସ୍ପିଟାଲର ବୟାନ ମୁତାବକ, ୯୦ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏକ ବିଶେଷଜ୍ଞ ଦଳ ତାଙ୍କ ଉପରେ ନଜର ରଖିଛନ୍ତି । ଦେବେଗୌଡାଙ୍କ ଜ୍ୱାଇଁ ମଞ୍ଜୁନାଥ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଗତ ତିନି ଦିନ ଧରି ଜ୍ୱରରେ ପୀଡିତ ଥିଲେ ଏବଂ ବହୁତ ଜୋର୍‌ରେ କାଶୁଥିଲେ । ଏହା ସହିତ ତାଙ୍କୁ ମୂତ୍ରାଶୟ ସଂକ୍ରମଣ ମଧ୍ୟ ରହିଛି ।

ଗତ ତିନି ଦିନ ଧରି ତାଙ୍କୁ ଘରେ ହିଁ ଆଣ୍ଟିବାୟୋଟିକ୍ସ ଏବଂ କଫ୍‌ ସପ୍ରେସେଣ୍ଟସ୍‌ରେ ଚିକିତ୍ସା କରାଯାଉଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ କହିବା ଅନୁସାରେ, ଚିନ୍ତା କରିବାର କିଛି ନାହିଁ । କିଛି ଦିନ ସେ ହସ୍ପିଟାଲରେ ରହିବେ ଏବଂ ଏହାପରେ ତାଙ୍କୁ ଘରକୁ ପଠାଯିବ ।

କହି ରଖୁଛୁ, ଏଚ୍‌ଡି ଦେବେଗୌଡା ୧୯୯୬ ଜୁନ୍‌ ୧ରେ ଭାରତର ୧୧ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ । ସେ ଏହି ପଦରେ ୧୯୯୭ ଏପ୍ରିଲ ୨୧ ପର୍ଯ୍ୟନ୍ତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.