Below header

ଭିଜିଲାନ୍ସ ଜାଲରେ କେନ୍ଦୁଝର ବାଁଶପାଳ ବିଇଓ ଅଫିସର ଜୁନିୟର କ୍ଳର୍କ, ୫ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

କେନ୍ଦୁଝର (କେନ୍ୟୁଜ୍): କିରାଣିଙ୍କ ଘରେ ଭିଜିଲାନ୍‌ସ ରେଡ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବାଂଶପାଳ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ଘରେ ଚଢାଉ ହୋଇଛି । ତାଙ୍କ ନାଁ ଗଙ୍ଗାଧର ସାହୁ । ତାଙ୍କର ଜେଲ୍‌ ରୋଡ଼ ସ୍ଥିତ ସରକାରୀ ବାସଭବନ, ଭାଲୁକିପାଳତାରେ ଥିବା ଘର, ତାଳପଡ଼ା ସ୍ଥିତ ପୈତୃକ ଘର, ସରାଶପଶି ସ୍ଥିତ ଶ୍ୱଶୁର ଘରେ ରେଡ୍‌ ହୋଇଛି ।

ସେହିପରି ତେଲକୋଇରେ ଥିବା ସମ୍ପର୍କୀୟଙ୍କ ଘର ଓ ବାଂଶପାଳ BEO କାର୍ଯ୍ୟାଳୟରେ ବି ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍‌ । ଚଢାଉରେ ୩ଜଣ ଡିଏସ୍‌ପି, ୫ଜଣ ଇନିସପେକ୍ଟର, ୨ଜଣ ଏଏସଆଇ ଓ ଭିଜିଲାନ୍‌ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଗଙ୍ଗାଧର ସାହୁଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେନେଇ ଖୋଳତାଡ଼ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.