ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସାମିଲ

ନୟାଗଡ଼ (କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ବିକାଶର ବାର୍ତ୍ତା ଓଡ଼ିଶାର ଘରେ ଘରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ କରାଯାଉଛି । ଏହି କ୍ରମରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ କରାଯାଇଥିଲା । ଏଥିରେ ସାମିଲ ହୋଇଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ବିଜୁ ଜନତା ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ । ଦୀର୍ଘ ୪୦ କିଲୋମିଟରରୁ ଊର୍ଦ୍ଧ୍ୱ ପଥ ମଟର ସାଇକେଲ ରାଲି ସହ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା । ପ୍ରଥମେ ଗଣିଆ ବ୍ଲକ୍‌ ଆଡ଼କଟା ପଞ୍ଚାୟତରୁ ପଦଯାତ୍ରା ବାହାରି କରଡ଼ା ପଞ୍ଚାୟତରେ ପହଞ୍ଚିଥିଲା । କରଡ଼ା ପଞ୍ଚାୟତରେ ଥିବା ନାରାୟଣ ପ୍ରସାଦ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟକୁ ଉଦଘାଟନ କରିଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦଘାଟକ ଭାବେ ଯୋଗ ଦେଇଥିଲେ ।

ପରେ ଡ. ଅଚ୍ୟୁତ ସାମନ୍ତ ଗଣିଆ ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି ଗୃହର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜୋନ୍‌ ୮ର ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, କରଡ଼ାପଡ଼ା ସମିତି ସଭ୍ୟା ଗୀତାରାଣୀ ରାଉତ, ସରପଞ୍ଚ ପ୍ରମୋଦିନୀ ସାହୁ ଓ ବ୍ଲକ୍‌ ଉନ୍ନୟନ ଅଧିକାରୀ ସିରିଆଲ୍‌ ଶୁଭ୍ର ପଟେଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.