Below header

କେନ୍ଦୁଝରର ଚର୍ଚ୍ଚିତ ଧୁଡ୍‌ ଏବେ ମିସିଂ, ୪ଦିନ ହେଲା ବାରହାଟିର କୌଣସି ଖୋଜଖବର ନାହିଁ

କେନ୍ଦୁଝରର: କେନ୍ଦୁଝରର ଚର୍ଚ୍ଚିତ ଧୁଡ୍‌ ଏବେ ମିସିଂ ଅଛି । ୪ଦିନ ହେଲା ଖୋଜଖବର ନାହିଁ। ଜଙ୍ଗଲ ବିଭାଗ କହୁଛି, ତାର ପ୍ରାକୃତିକ ବାସ ସ୍ଥଳୀକୁ ଚାଲିଯାଇଛି। ଗୁଜବ ହେଉଛି ତାକୁ ବିକ୍ରୀ କରି ଦିଆଯାଇଛି। ସତ କାହାକୁ ଜଣା ନାହିଁ । କେନ୍ଦୁଝର ତେଲକୋଇ ବନାଞ୍ଚଳ ପୁରୁଷୋତମପୁର ଗାଁରେ ମଣିଷ-ପଶୁ ମଧ୍ୟରେ ଥିବା ସ୍ନେହକୁ ନେଇ ଚର୍ଚ୍ଚାକୁ ଆସିଥିଲା ବାରହା ଧୁଡ୍‌।

dhud

୨ ବର୍ଷ ତଳେ ବାରହା ଶାବକକୁ ଜଙ୍ଗଲ ଭିତରୁ ପାଇଥିଲେ ପୁରୁଷୋତ୍ତମପୁର ଗାଁର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ। ଆଇନ ଅନୁଯାୟୀ ଜଙ୍ଗଲ ଜନ୍ତୁ ଘରେ ପାଳିବା ଅନୁଚିତ। ଜଙ୍ଗଲ ଆକ୍ଟ ଅନୁଯାୟୀ ବାରହାକୁ ଜଙ୍ଗଲରେ ଛାଡି ଦିଆଗଲା। କିନ୍ତୁ ବନ୍ଧା ପଡି ଥିଲା ମମତା। ଶେଷରେ ମମତା ଆଗରେ ହାର ମାନି କୁନ୍ତଳାଙ୍କ ପାଖକୁ ଆପେ ଆପେ ଆହତ ଅବସ୍ଥାରେ ଫେରିଲା ଧୁଡ଼। ତାର ଚିକିତ୍ସା ଚାଲିଥିଲା। ହେଲେ ଗତ ୪ ଦିନ ହେବ ଧୁଡ୍‌ କୁଆଡେ ଚାଲିଯାଇଛି। ସୋମବାରରୁ ନିଖୋଜ ଧୁଡ଼ ସମ୍ପର୍କରେ ପରିବାର ଲୋକେ ଜଙ୍ଗଲ ବିଭାଗକୁ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.