ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ଟପିଲା ୨ ଲକ୍ଷ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଅସମ୍ଭାଳ। ଦେଶରେ ୨ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ବଢୁଛି ଆକ୍ରାନ୍ତ ସଂଖ୍ୟା ଏବଂ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭାରତରେ ୨ଲକ୍ଷ ୭୩୯ ଜଣ ପଜିଟିଭ ବାହାରିଛନ୍ତି । ୧୦୩୮ ଜଣଙ୍କ କରୋନାରେ ଜୀବନ ଯାଇଛି । ପ୍ରଥମ ଥର ଗୋଟିଏ ଦିନରେ ଦେଶରେ ଏତେ ସଂଖ୍ୟକ କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪୦ଲକ୍ଷ ୭୪ ହଜାର ୫୬୪ରେ ପହଞ୍ଚିଛି।

ଅନ୍ୟପଟେ ମହାରାଷ୍ଟ୍ରରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ବୁଧବାର ୫୮ହଜାର ୯୫୨ଜଣ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଚେନ୍ ରୋକିବାକୁ ୧୫ ଦିନ ପାଇଁ ଲକଡାଉନ ଲାଗୁ କରିଛନ୍ତି ମହାରାଷ୍ଟ୍ର ସରକାର। ଜନସମାଗମକୁ ଏଡ଼ାଇବା ପାଇଁ ୧୪୪ ଧାcରା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.