ଶିଆଳି ଦଉଡ଼ିରେ ବନ୍ଧା ନନ୍ଦିଘୋଷ

କେନ୍ଦୁଝରର ନିଆରା ରଥଯାତ୍ରା, ଏଠାରେ ଭୂୟାଁ ମାନେ ଯୋଗାଉଥିବା ଶିଆଳି ଦଉଡ଼ି ବ୍ୟବହାର କରି ଲୋକମାନେ ରଥ ଟାଣନ୍ତି

ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ସମୟରେ କେବଳ ପୁରୀ ଧାମ ନୁହେଁ ବରଂ ରାଜ୍ୟ ସମେତ ଦେଶ ବିଦେଶରେ ମଧ୍ୟ ଏହାକୁ ବଡ ଧୁମ ଧାମ ରେ ପାଳନ କରଯାଏ।ଚଳିତ ଥର ମଧ୍ୟ ପରି ଧାମ ଭଳି କେନ୍ଦୁଝରରେ ମଧ୍ୟ ଏହାକୁ ବଡ ଆଡ଼ମ୍ବର ରେ ପାଳନ କରାଯିବ। ତେବେ କେନ୍ଦୁଝରର ରଥଯାତ୍ରା ଯାହାକି ରହିଛି ସବୁଠୁ ନିଆରା। ଏଠାରେ ନନ୍ଦିଘୋଷ ରଥ ଶିଆଳି ଦୌଡିରେ ଟଣା ଯିବାର ରହିଛି ବିଶେଷ ପରମ୍ପରା ।

କେନ୍ଦୁଝରରେ ରଥଯାତ୍ରା ଆରମ୍ଭ ହେବା ଦିନ ରୁ ହିଁ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକ ମାନେ ଏହାକୁ ଯୋଗାଇ ଆସୁଥିଲେ , ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକ ମାନେ ଯୋଗାଇ ଆସୁଛନ୍ତି । ଅନେକ କଷ୍ଟ ରେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ପ୍ରଭୁ ଙ୍କ ପ୍ରତି ଥିବା ଗଭୀର ଭକ୍ତି ଭାବର ପ୍ରତିକ ଭାବରେ ଭୂୟାଁ ମାନେ ଏହି ଶିଆଳି ତାର ଦୌଡି ଯୋଗାଇ ଆସୁଛନ୍ତି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ର ଦଅଁଳା ଗାଁ । ଏହି ଗାଁ ରେ ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । ଆଉ ଏହି ଗାଁ ର ଭୂୟାଁ ସଂପ୍ରଦାୟର ଲୋକ ମାନେ ବିଶ୍ବର ସର୍ବ ବୃହତ ରଥ କେନ୍ଦୁଝର ରଥ ୬୦୦ ବର୍ଷ ପୂର୍ବରୁ ଯେତେ ବେଳେ ପ୍ରଥମେ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରକାର ର ଦୌଡି ଯୋଗାଇ ଆସୁଛନ୍ତି । ଏବେ ଗାଁ ର ବଡ ଠାରୁ ଛୋଟ ପର୍ଯ୍ୟନ୍ତ ଦୌଡି ତିଆରିରେ ସମସ୍ତେ ଲାଗି ପଡ଼ିଛନ୍ତି । ପ୍ରଥମେ ସେମାନେ ଦେବସ୍ନାନ ପୂର୍ଣ୍ଣମୀ ରେ ଅନୁକୂଳ କରି ମହାପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କ ଠାରୁ ଆଜ୍ଞା ମାଳ ନେବାପରେ ଜଙ୍ଗଲରୁ ଶିଆଳି ଲତାକୁ କାଟି ଗାଁ କୁ ଆଣି ସେଥିରୁ ବକଳ ବାହାର କରିଥାନ୍ତି ।

ପରେ ଏହି ବକଳ କୁ ମୋଡି ଦୌଡି ତିଆରି କରିଥାନ୍ତି । ଏହି ଦୌଡିର ଲମ୍ବ ୪୦ ହାତ ଥିବା ବେଳେ ମୋଟେଇ ୬ ଇଞ୍ଚ । ଏହି ଦୌଡିର ଅନେକ ବୈଶିଷ୍ଟ ରହିଛି । ଲୋକବାଣୀ ଓ ଗବେଷକଙ୍କ ମତରେ ଏହି ଦୌଡି ରଥ ରେ ଲାଗି ଗଲା ପରେ ଏହା ଦେବତା ପାଲଟି ଯାନ୍ତି । ଏହି ଦୌଡିର ତିନୋଟି ନାଁ ବାସୁକି ଓ ଶଙ୍ଖଚୂଡ଼ ଭଳି ତିନୋଟି ସର୍ପ ଙ୍କ ନାମରେ ନାମିତ । ଏହା କୁ ଛୁଇଲେ ଜନ୍ମ ଜନ୍ମ ର ପାପ ନାସ ହେବାର ବିଶ୍ବାସ ରହିଥିବା ସହ ଏହି ରଥ ଦୌଡି କୁ ନେଇ ରଖିଲେ ଲୋକ ଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.