ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର, ସୁପାରୀ କିଲରକୁ କରାଯାଇଥିଲା ନିୟୋଜିତ

ଖୋର୍ଦ୍ଧା : ଖୋଲିଲା ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାର ଗୁମର । ଏହି ଗୁଳିମାଡ଼ ପାଇଁ ସୁପାରୀ କିଲର ନିୟୋଜିତ କରାଯାଇଥିଲା । ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ସମ୍ପତ୍ତି ଓ ଜମିଜମା ବିବାଦରୁ ଡାକ୍ତରଙ୍କୁ ଗୁଳିମାଡ଼ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ଓ ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଅଧିକ ଖୋଳତାଡ଼ ପାଇଁ ଖୋର୍ଦ୍ଧାରୁ ଏକ ଟିମ ଭୁବନେଶ୍ୱର ଯାଇଛି । ୧୫ ତାରିଖ ସନ୍ଧ୍ୟାରେ ଡାକ୍ତର ମାନସ ମିଶ୍ର ଖୋର୍ଦ୍ଧା ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତିକିବେଳେ ହଠାତ କ୍ଲିନିକ ଭିତରେ ପଶି ଗୁଳି ଚଳାଇ ଚମ୍ପଟ ମାରିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ । ଗୁଳିମାଡରେ ଡାକ୍ତର ମାନସ ମିଶ୍ର ଓ କ୍ଲିନିକ ପାଖ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଆହତ ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାୀନଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଭୁବନେଶ୍ୱରରେ ଚିକିତ୍ସା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.