ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ନେଇଛନ୍ତି ନୂଆ ପଦକ୍ଷେପ

ଭୁବନେଶ୍ବର (କେନ୍ୟୁଜ୍) : ସମାଜରେ ସାଧାରଣ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ଚିନ୍ତା କରିଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ । ସେମାନଙ୍କ ପରିକଳ୍ପନାରେ ଜନ୍ମ ନେଇଛି ‘ଏନାକ୍ୟସ କିସ୍‌-କିଟ୍‌’ ନାମକ ଏକ ନୂଆ ଚିନ୍ତାଧାରା । ଏହି ଚିନ୍ତାଧାରା ସହ ଯୋଡି ହୋଇଛନ୍ତି ଅନ୍ୟ କେତେକ ଅନୁଷ୍ଠାନ । ପ୍ଳାଷ୍ଟିକ ଜନିତ ପ୍ରଦୂଷଣ ରୋକିବା ଦିଗରେ ସହାୟକ ହୋଇଛି କିଟର ଏହି ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ । ଏହି ଛାତ୍ରଛାତ୍ରୀମାନେ ୨୦୧୬ ମସିହାରେ ‘ସିଦ୍ଧି’ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରି ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ହାତ ତିଆରି କାଗଜ ବ୍ୟାଗ୍‌ ପ୍ରସ୍ତୁତି ପାଇଁ ପ୍ରବର୍ତ୍ତାଇ ସଫଳ ହୋଇଥିଲେ । ଫଳରେ ଗରିବ ଲୋକମାନେ କିଛି ରୋଜଗାର ପାଇବା ସାଙ୍ଗକୁ ପ୍ଳାଷ୍ଟିକ ବ୍ୟବହାର ହ୍ରାସ କରିବାରେ ସମର୍ଥ ହୋଇଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ କିଛି କିନ୍ନରଙ୍କୁ ଏହି କାର୍ଯ୍ୟରେ ସାମିଲ କରି ସଫଳ ହୋଇଥିଲେ । କିନ୍ନରମାନେ ହାତ ତିଆରି କାଗଜ ବ୍ୟାଗ ପ୍ରସ୍ତୁତ କରି ବଜାରକୁ ଛାଡିବା ପରେ ଏହି କାଗଜ ବ୍ୟାଗର ଚାହିଦା ବୃଦ୍ଧି ପାଇଥିଲା। ଏନାକ୍ଟସର ଏହି ଚିନ୍ତାଧାରା ବହୁ ଦିବ୍ୟାଙ୍ଗ ମହିଳାଙ୍କୁ ସକ୍ଷମ କରାଇପାରିଛି । ସେହିପରି ଏନାକ୍ୟସ ବହୁ ଅନୁଷ୍ଠାନ ସହ ମିଶି ସେମାନଙ୍କ ଚିନ୍ତାଧାରା ସମ୍ପର୍କରେ ସଚେତନ କରିଛି। ଫଳରେ ସେମାନେ ଏବେ ଲକ୍ଷାଧିକ ବ୍ରାଉନ ବ୍ୟାଗ ପ୍ରସ୍ତୁତ କରି ବହୁ ଗରିବ ଲୋକଙ୍କୁ ରୋଜଗାରକ୍ଷମ କରାଇ ପାରୁଛନ୍ତି। ଏହାଦ୍ୱାରା ଏନାକ୍ୟସ ବହୁ ଗରିବ ଲୋକଙ୍କୁ ରୋଜଗାରକ୍ଷମ କରାଇପାରିବା ସହ ପ୍ଳାଷ୍ଟିକ୍‌ ବ୍ୟାଗ ବଦଳରେ କାଗଜ ବ୍ୟାଗ ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇ ସଫଳ ହୋଇପାରିଛି।

kiitସେହିପରି କିସ୍‌-କିଟ୍‌ ପକ୍ଷରୁ ଆରମ୍ଭ‘ଏନଓ୍ଵାଇପ’ପ୍ରକଳ୍ପରେ ଅତି ଅଳ୍ପ ପାଣି ବ୍ୟବହାର କରି କାର ସଫା କରାଯାଇ ପାରୁଥିବା ଏକ ନୂତନ ପରିକଳ୍ପନା କରି ସଫଳ ହୋଇଛନ୍ତି । ଏଥିରେ ଯାନବାହନ ସଫା କରିବା ପାଇଁ ଇକୋ-ଫ୍ରେଣ୍ଡଲି ମିଶ୍ରଣ ବ୍ୟବହାର କରାଯାଉଛି। ମାତ୍ର ଅଧଲିଟର ପାଣିରେ ଏହି ଇକୋ-ଫ୍ରେଣ୍ଡଲି ମିଶ୍ରଣ ବ୍ୟବହାର କରାଯାଇ ଗାଡି ସଫା କରାଯାଇ ପାରୁଛି । ଗାଡିର ଭିତରୁ ଧୂଳି ବାହାର କରିବା ପାଇଁ ସେମାନେ ଭାକ୍ୟୁମ କ୍ଳିନର ବ୍ୟବହାର କରୁଛନ୍ତି । ଏହି ଇକୋ ଫେଣ୍ଡଲି ମିଶ୍ରଣ ବ୍ୟବହାର ଦ୍ୱାରା ସେମାନେ କାର୍‌ ସର୍ଭିସ ଷ୍ଟେସନ ଭଳି ଗାଡିକୁ ଚକାଚକ୍‌ କରି ସଫା କରି ପାରୁଛନ୍ତି ବୋଲି ଦାବି କରିଛନ୍ତି ଏନାକ୍ୟସର ସଦସ୍ୟ ଆଶିଷ ପଣ୍ଡା । ଆଶିଷଙ୍କ କହିବା ଅନୁସାରେ ଅତି ଅଳ୍ପ ପାଣି ବ୍ୟବହାର କରି ଗାଡିକୁ ଭଲ ଭାବେ ଧୁଆଯାଇ ପାରୁଛି।

ବହୁ ଗରିବ ଲୋକଙ୍କୁ ଏହି ପ୍ରକଳ୍ପ ଜରିଆରେ ରୋଜଗାରକ୍ଷମ କରାଯାଇ ପାରିବ । ଏହି ପ୍ରକଳ୍ପରେ ବହୁ ଗରିବ ଓ ଦିବ୍ୟାଙ୍ଗ ମଧ୍ୟ ରୋଜଗାରକ୍ଷମ ହୋଇପାରୁଥିବା ଆଶିଷ ଦାବି କରିଛନ୍ତି । ଏହି ପ୍ରକଳ୍ପ ମଧ୍ୟ ଜାତିସଂଘର ଶତତ ବିକାଶ ସ୍ଳୋଗାନ ‘ସ୍ୱଚ୍ଛଜଳ ଓ ପରିମଳ’କୁ ସହଯୋଗ କରୁଛି । ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏଭଳି ପ୍ରକଳ୍ପ କରିବା ପାଇଁ ସର୍ବଦା ଉତ୍ସାହିତ କରି ଆସୁଥିବାରୁ ଏନାକ୍ୟସ କିସ୍‌-କିଟ୍‌ ସଦସ୍ୟମାନେ ଡକ୍ଟର ସାମନ୍ତଙ୍କୁ ତାଙ୍କ ପ୍ରେରଣା ପାଇଁ କୃତଜ୍ଞତା ଜଣାଇବା ସହ ଗାଇଡ ଡ.କାଇସ ଖାନ ଓ ଡ.ଶ୍ୟାମସୁନ୍ଦର ବେଉରାଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.