Below header

୪ ଅନାଥ ଝିଅଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ, ଶିକ୍ଷା ସମାପ୍ତ ପରେ ମିଳିବ ଚାକିରି

ପୁରୀ : ଚନ୍ଦନପୁର ନିକଟ ରଘୁରାଜପୁରର କରୁଣ କାହାଣୀ । ୫ ବର୍ଷ ତଳେ ମା’ ବାସନ୍ତୀ ମହାପାତ୍ରଙ୍କ ଅକାଳ ବିୟୋଗ ହୋଇଥିଲା । ଦୁଇ ଦିନ ତଳେ ବାପା ଲକ୍ଷ୍ମୀଧର ମହାପାତ୍ର ଚାଲିଗଲେ ଆରପାରିକୁ । ଆସନ୍ତା ମଙ୍ଗଳବାର ବାପାଙ୍କ ଶୁଦ୍ଧିକ୍ରିୟା। ଘରଡ଼ିହ ବନ୍ଧା ପଡ଼ିଥିବା ବେଳେ ୪ ଝିଅ ଏବେ ବେସାହାରା । ଖାଇବାକୁ ଗଣ୍ଡେ ନଥିବାବେଳେ ପରିବାର ପ୍ରତିପୋଷଣ ଭାର ପଡ଼ିଛି ବଡ଼ ଝିଅ ରମାମଣୀଙ୍କ ଉପରେ । ଯୁକ୍ତ ତିନି ପ୍ରଥମ ବର୍ଷ ପଢୁଥିବା ରମାମଣୀ ଏବେ ତିନି ଭଉଣୀଙ୍କ ଭାରକୁ ନେଇ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଅସହାୟ ଭାବେ ଘୁରି ବୁଲୁଥିଲେ ।

ରଘୁରାଜପୁରର ଏହି ଘଟଣା ସଂପର୍କରେ ଗଣମାଧ୍ୟମରୁ ଜାଣିବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ବିବ୍ରତ କରିଥିଲା । କଳିଙ୍ଗ ଟିଭି ପ୍ରତିନିଧିଙ୍କ ମାଧ୍ୟମରେ ବେସାହାରା ୪ ଝିଅଙ୍କ ସହ କଥା ହେବାକୁ ଚାହିଁଥିଲେ । ଘଟଣା ସଂପର୍କରେ ବଡ଼ ଝିଅଠାରୁ ବିସ୍ତୃତ ଭାବେ ଜାଣିବା ପରେ ତୁରନ୍ତ ସାହାଯ୍ୟର ହାତ ବଢାଇଥିଲେ । ବଡ଼ ଝିଅଙ୍କ ଶିକ୍ଷା ସମାପ୍ତ ପରେ କିସ୍‌ରେ ଚାକିରି ପ୍ରତିଶ୍ରୁତି ସହ ପ୍ରତ୍ୟେକ ମାସରେ ଘର ଓ ପଢା ଖର୍ଚ୍ଚ ବାବଦରେ ଆର୍ଥିକ ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ସହ ସାଂସଦ କୋଟାରେ ସାନ ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ଭରସା ଦେଇଛନ୍ତି ।

ବ୍ରାହ୍ମଣ ପରିବାରର ୪ ଝିଅଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସବୁବର୍ଗର ସାହଯ୍ୟ ଓ ସହଯୋଗ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ଡକ୍ଟର ସାମନ୍ତଙ୍କ ପ୍ରୟାସ ଉଦାହରଣ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.