କିସ୍‌ରେ ପାଳିତ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ,ମନ୍ଦିରରେ ଦୀପ ଲଗାଇ କଲେ ଦୀର୍ଘାୟୁ କାମନା

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ କିସ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । କରୋନା ଯୋଗୁଁ କିସ୍‌ରେ ସମସ୍ତ ୩୦ ହଜାର ପିଲା ନଥିଲେ ମଧ୍ୟ କ୍ରୀଡାଭ୍ୟାସ ପାଇଁ ରହିଥିବା ଅଳ୍ପ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଥିଲେ । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାଢେ ୪ କୋଟି ଲୋକଙ୍କ ହୃଦୟରେ ରହିଆସିଛନ୍ତି । ସେ ସର୍ବଦା ଅନୁସୂଚିତ ଜନଜାତି ପିଲାଙ୍କୁ ଭଲ ପାଆନ୍ତି ।

ସେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଉନ୍ନତି ପାଇଁ ଅନେକ କିଛି କରି ଆସିଛନ୍ତି ଓ କରୁଛନ୍ତି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏ ସମ୍ପର୍କରେ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ପାଇଁ ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା ।

ନିଜ ମଧ୍ୟରେ ପିଲାମାନେ ଏହି ଉତ୍ସବକୁ ପାଳନ କରିଥିଲେ । ଏହି ଅବସରରେ କିସ୍‌ର ପିଲାମାନେ କେକ କାଟିବା ସହ ମନ୍ଦିରରେ ଦୀପ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ପିଲାଙ୍କ ଗହଣରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.