ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ମିଳିବ ମହାପ୍ରଭୁଙ୍କ ଦର୍ଶନ, ଏଥିପାଇଁ କରାଯାଇଛି ୱାର୍ଡୱାରୀ ତାଲିକା; ଜାଣନ୍ତୁ କେଉଁ ଦିନ କିଏ କରିପାରିବେ ଦର୍ଶନ

ପୁରୀ (କେନ୍ୟୁଜ) : ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୯ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ପ୍ରଥମ ତିନିଦିନ ଅର୍ଥାତ ୨୩ରୁ ୨୫ ତାରିଖ ଯାଏ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିପାରିବେ । ସେହିପରି ୨୬ରୁ ୩୧ ତାରିଖ ଯାଏଁ ପ୍ରତି ଦିନ ପୁରୀ ସହରର ପାଞ୍ଚଟି ୱାର୍ଡର ଲୋକ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଦର୍ଶନ ପାଇଁ ୱାର୍ଡୱାରୀ ତାଲିକା ପ୍ରସ୍ତୁତ କରାଯାଇଛି। ୨୬ ତାରିଖ ସକାଳ ୭ଟା ୩୦ରେ ଆରମ୍ଭ ହେବ ଦର୍ଶନ। ପ୍ରଥମ ଦିନ ୱାର୍ଡ ୨/୩/୬/୯/୧୧/୧୨ ଓ ୧୫ ୱାର୍ଡବାସୀ ଦର୍ଶନ କରିବେ।

puri timeପ୍ରଥମ ପର୍ଯ୍ୟାୟ ଦର୍ଶନ ୭ଟା ୩୦ରୁ ୧୧ଟା ୩୦ ଓ ଦ୍ୱିତୀୟ ପର୍ଯ୍ୟାୟ ଦର୍ଶନ ୧୨ଟାରୁ ୪ଟା ଏବଂ ତୃତୀୟ ପର୍ଯ୍ୟାୟ ଦର୍ଶନ ୪ଟା୩୦ରୁ ପହୁଡ ଯାଏଁ ଚାଲିବ। ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବେ। ତେବେ ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷ ବୟସ ତଳର ଶିଶୁଙ୍କୁ ଦର୍ଶନ ପାଇଁ ବାରଣ ରହିଛି । ଜାନୁଆରୀ ୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସେଦିନଠାରୁ ସମସ୍ତଙ୍କ ପାଇଁ କୋଭିଡ ନେଗଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.