ଆଜି କୁମାରପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି, କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଭିଡ଼

ପୁରୀ (କେନ୍ୟୁଜ): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଶ୍ରୀଜିଉ ଆଜି ମହାଲକ୍ଷ୍ମୀଙ୍କ ସହ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତ ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

ସେପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ପୁରୀକୁ ଆସିଲେଣି ହବିଷ୍ୟାଳି । ଅକ୍ଟୋବର ୧୦ ତାରିଖରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଇଦାମୋଦର ପୂଜା ଓ ହବିଷ୍ୟାଳି ବ୍ରତ। ଏହାପୂର୍ବରୁ ହବିଷ୍ୟାଳିଙ୍କ ରହିବା ରହିବା, ମହାପ୍ରସାଦ ସେବନ, ଶ୍ରୀଜିଉଙ୍କୁ ଦର୍ଶନ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାକୁ ସଫଳ କରିବା ପାଇଁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା,ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପ ହବିଷ୍ୟାଳିଙ୍କ ରହଣୀ ସ୍ଥଳ ପ୍ରସ୍ତୁତ କରାଯାଇଛି ।

ରାଜ୍ୟର ୨୮ ଜିଲ୍ଲାରୁ ୨ହଜାର ୯୩୫ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି । ମା’ ମାନଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । । ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରରେ ମହାପ୍ରସାଦ ପାଇବେ। ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.