ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ଆସନ୍ତା ୨୦ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ଆସନ୍ତା ୨୦ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ ।

ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଇ ଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି l ୧୦ଟା ୨୭ରୁ ୧୦ଟା ୪୨ ସମ୍ବଲପୁର – ନୁଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ l ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ଦ୍ୱାରା ଆହୁତ ବୈଠକରେ ପଣ୍ଡିତ ମାନେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିଛନ୍ତି l ମା ସମଲେଶ୍ୱରୀଙ୍କ ନାମ ରାଶି ଅନୁଯାୟୀ ଧାର୍ଯ୍ୟ ହୋଇଥାଏ ଲଗ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.