Below header

କେନ୍ଦୁଝର ଖଡିକାପଦା ଗୋହିରା ସାହିରୁ ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଖଡିକାପଦା ଗୋହିରା ସାହିର ଧନେଶ୍ୱର ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ତାଙ୍କ ଘରେ ବେଆଇନ ଚଉକାଠ ଥିବା ଡିଏଫଓ କୌଣସି ସୂତ୍ରରୁ ଖବର ପାଇଥିଲେ। ଡିଏଫଙ୍କ ନିର୍ଦେଶ ମତେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଘର ବାରଣ୍ଡାରେ ଥିବା ୭୫ ସିଏଫଟି ଚଉକାଠ ଜବତ କରାଯାଇଛି।

ଏଥିସହିତ ଗ୍ରାମର ଏକ ରାସ୍ତା କଡ଼ରେ ପଡ଼ିଥିବା ଶାଳ ଓ ଅର୍ଜୁନ ଗଣ୍ଡିକୁ ମଧ୍ୟ ଜବତ କରାଯାଇଛି। ଏସବୁ ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଇଛି। ଜବତ କାଠକୁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଏହି ଚଢ଼ଉରେ ଏସିଏଫ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ସନାତନ ମିଶ୍ର, ତ୍ରିନାଥ ଜେନା ପ୍ରମୁଖ ସାମିଲ ହୋଇଥିଲେ। ଏହି ଘଟଣାରେ କାହାରିକୁ ଅଭିଯୁକ୍ତ ଭାବେ ଗିରଫ କରାଯାଇ ନଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.