ନ୍ୟୁଜିଲାଣ୍ଡ ଓ ଫିଜିରେ ସୁନାମୀ ଆଲର୍ଟ! ସମୁଦ୍ର ଗର୍ଭରେ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ସତର୍କ ରହିବାକୁ ଦିଆଗଲା ଚେତାବନୀ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡ ଓ ଫିଜିରେ ସୁନାମୀ ଆଲର୍ଟ। ଅଷ୍ଟ୍ରେଲିଆ, ଫିଜି ଓ ଉତ୍ତର ନ୍ୟୁଜିଲାଣ୍ଡର ସମୁଦ୍ର ଗର୍ଭରେ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ସୁନାମୀ ଚେତାବନୀ ଦିଆଯାଇଛି। ସମୁଦ୍ରର ପ୍ରାୟ ୧୦ କିମି ତଳେ ୭.୭ ତୀବ୍ରତାର ଭୂମିକମ୍ପ ହୋଇଛି। ଏହାର ପ୍ରଭାବରେ ଏକ ମିଟର ଉଚ୍ଚ ଜୁଆର ଆସିିଥିବା ୟୁରୋପୀୟାନ ମେଡିଟେରିଆନ ସେସ୍‌ମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।

ଆମେରିକୀୟ ସୁନାମୀ ଚେତାବନୀ ସଂସ୍ଥା ମଧ୍ୟ ନ୍ୟୁଜିଲାଣ୍ଡ, ଫିଜି, ଭାନୁଆଟୁ ଓ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରେ ସୁନାମୀ ନେଇ ସତର୍କ ଜାରି କରିଛି। ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ମଧ୍ୟ ଦେଶବ୍ୟାପୀ ଚେତାବନୀ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ସମୁଦ୍ରରେ ଶକ୍ତିଶାଳୀ ବିଦ୍ୟୁତ ପ୍ରବାହ ସହ ଉଚ୍ଚ ଜୁଆର ଆସିବାର ଆଶଙ୍କା ଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.