ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ

ବୌଦ୍ଧ(କେନ୍ୟୁଜ୍): ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନକର୍ମଚାରୀ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ସୂଚନା ମୁତାବକ ଜିଲ୍ଲାରେ ବଢୁଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇଥିଲେ।
ବନବିଭାଗର ୫୦ ଜଣିଆ ଟିମ୍ ଲକଡପାଜୁ ଘାଟି ରାସ୍ତାରେ ଗାଡି ରଖି ଜଙ୍ଗଲକୁ ଯାଉଥିବାବେଳେ ଫୁଟିଲା ଲ୍ୟାଣ୍ଡମାଇନ୍। ତେବେ ବଡ଼ ଅଘଟଣରୁ ବନ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରୁ ଜବତ ହୋଛି କିଛି ତାର। ଏହି ଘଟଣା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କିଏ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କଲା ଗଞ୍ଜେଇ ମାଫିଆ ନା ମାଓବାଦୀ। ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।