ଯାଜପୁର ଟାଉନ (କେନ୍ୟୁଜ): ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲା ଦୌରାଜଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନ ପୁର ଗାଁର ପୁଅ ଦେବଦତ ସାମଲ ୨୦୧୩ ମସିହାରେ ଟିଣ ପଂଚାୟତ ର ନିରଞ୍ଜନ ବେହୁରିଆଙ୍କ ଝିଅ ସ୍ମିତାଶ୍ରୀ ଙ୍କୁ ବିବାହ କରିଥିଲେ । ବିବାହ ର ତିନି ମାସ ପରେ ଶାଶୁ ଶଶୁର ଏବଂ ସ୍ୱାମୀ ସ୍ମିତାଶ୍ରୀ ଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ। ପରେ ତାଙ୍କୁ କିରୋସିନୀ ଢାଳି ହତ୍ୟା କରିଥିଲେ।
ଏହି ଘଟଣା ରେ ଶ୍ୱଶୁର ପ୍ରଫୁଲ ସାମଲ ,ଶାଶୁ ଶଶୀକଳା ଙ୍କୁ ଆଜୀବନ ଦଣ୍ଡ ଦେଇଥିଲେ ଅଦାଲତ। ଆଜି ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ ମୃତ ସ୍ମିତାଶ୍ରୀ ଙ୍କ ସ୍ୱାମୀ ଦେବଦତ୍ତ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି।