ଜେଲର ଅନ୍ଧାର କୋଠରୀରୁ ମୁକ୍ତ ହୋଇ ବାହାର ଦୁନିଆ ଦେଖିଲେ ୭ ଆଜୀବନ ସଜ୍ଜା କାଟୁଥିବା କଏଦୀ, ରାଜ୍ୟ ସରକାର କଲେ ମୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ  ୭ ଆଜୀବନ କଏଦୀ ମୁକ୍ତ। ଏମାନଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର ।  କେନ୍ଦୁଝର ଜେଲରୁ ୫ କଏଦୀ ମୁକ୍ତ କରାଯାଇଥିବା  ବେଳେ ଚୌଦ୍ବାର ଓ ଝାରସୁଗୁଡା ଜେଲରୁ ଜଣେ ଲଖାଏଁ କଏଦୀ ମୁକ୍ତ ହୋଇଛନ୍ତି।

ଜେଲ  ସଂସ୍କାର ନିୟମ ଅନୁଯାୟୀ, ଜେଲରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ମାନଙ୍କ ଆଚାର ବ୍ୟବ  ହାରରେ ପରିବର୍ତ୍ତନ ପରିଲିଖିତ ହେଲେ  ସେମାନଙ୍କୁ ମୁକ୍ତ କରାଯାଏ ଓ ସେମାନଙ୍କୁ  ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଏ।  ଏମାନଙ୍କୁ ଜେଲ ବିଭାଗର ସୁପାରିଶ ଦ୍ବାରା ରାଜ୍ୟ ସରକାର ମୁକ୍ତ କରିଥାନ୍ତି ।  ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀରେ  ଏହି ୭ କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଏମାନଙ୍କୁ ମୁକ୍ତ କରାଯାଇଛି। ଜେଲରୁ ବାହାରିବା ପରେ ଏମାନଙ୍କୁ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ଏହା ସହିତ ଗାନ୍ଧୀଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ଓ ଭାଗବତ ଗୀତାର ପୁସ୍ତକ ଜେଲ କର୍ମଚାରୀଙ୍କ ତରଫରୁ ପ୍ରଦାନ କରାଯାଇଥିଲା।

ସୂଚନା ମୁତାବକ କିଛି ଦିନ ତଳେ ରାଜ୍ୟର ଜେଲ ମାନଙ୍କରେ ଆଜୀବନ ସଜ୍ଜା କାଟୁଥିବା ୧୧୮ ଜଣ କଏଦୀଙ୍କୁ ମୁକ୍ତ କରିବା ପାଇଁ ଜେଲ ବିଭାଗର ଏକ ବୈଠକ ବସିଥିଲା । ଏଥିରେ ସେହି ୧୧୮ ଜଣ କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.