ମଦୁଆଙ୍କ ପାଇଁ ରୁଟିନ୍ ଟାଇମ୍ : ମଦ ଦୋକାନ ଖୋଲିବ ଦିନ ୧୦.୩୦ରୁ ରାତି ୧୦.୩୦ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି

କେନ୍ୟୁଜ୍(ବ୍ୟୁରୋ):  ବଦଳିଲା  ମଦ ଦୋକାନ ଖୋଲିବାର ସମୟ । ଏଣିକି  ସକାଳ ସାଢେ ୧୦ଟା ଠାରୁ ରାତି ସାଢେ ୧୦ ପର୍ଯ୍ୟନ୍ତ ଖୋଲିବ ମଦ ଦୋକାନ। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ  ରାଜ୍ୟର ପ୍ରତ୍ୟେକ ସ୍ଥାନରେ ମଦ ଦୋକାନ ଖୋଲିପାରିବ। ବିଦେଶୀ ମଦ ଦୋକାନ ଦେଶୀ ମଦ ଦୋକାନ ବୟର କାଉଣ୍ଟର ଇତ୍ୟାଦି ଖୋଲିପାରିବ। ଠିପି ବନ୍ଦ ଓ ଠିପି ଖୋଲା  ମଦ ଦୋକାନକୁ ଖୋଲିବା ପାଇଁ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

wine shop notice

କହିରଖୁଛୁ ଯେ କରୋନା ସଂକ୍ରମଣ  ଦୃଷ୍ଟିରୁ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ସମୟରେ  ରାଜ୍ୟରେ ପ୍ରତ୍ୟେକ ମଦ ଦୋକାନକୁ ବନ୍ଦ ରଖିଥିଲେ। ବର୍ତ୍ତମାନ ସମୟରେ ଅନଲକ ୪ ଚାଲିଥିବାରୁ ଅଧିକ ରାଜସ୍ବ ଲକ୍ଷ୍ୟରେ  ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.