କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ

କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ । ଟଙ୍କା ନେଇ ବ୍ୟାଙ୍କକୁ ଗଲାବେଳେ ଲୁଟ୍‌ ଉଦ୍ୟମ କରି ବୋମାମାଡ ହୋଇଛି । କଟକ ସିଡିଏ ସେକ୍ଟର ଅଶ୍ୱିନୀ ହସ୍ପିଟାଲ ନିକଟରେ ଥିବା ବିଶାଲ ପେଟ୍ରୋଲ ପମ୍ପର କର୍ମଚାରୀ ୧୫ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିଲେ । ଦୁଇଜଣ ଯୁବକ ବାଇକ୍‌ରେ ଆସି ଟଙ୍କା ଲୁଟ୍‌ କରିବାକୁ ପ୍ରଥମେ ବୋମାମାଡ କରିଥିଲେ । ହେଲେ ବିଫଳ ହେବାରୁ ଫେରାର ହୋଇଯାଇଥିଲେ । ମର୍କତନଗର ଥାନା ପୋଲିସ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.