ବରଯାତ୍ରୀ ବେଶରେ ଆସିଲେ, ବିବାହ ମଣ୍ଡପରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ; ସାମ୍ନାକୁ ଆସିଲା ଲୁଟର ଚିତ୍ର

ଯାଜପୁର (କେନ୍ୟୁଜ): ବରଯାତ୍ରୀ ବେଶରେ ଆସିଲେ, ବିବାହ ମଣ୍ଡପରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ । ସାମ୍ନାକୁ ଆସିଲା ଲୁଟର ଚିତ୍ର ବିବାହ ମଣ୍ଡପକୁ ଟାର୍ଗେଟ କରି ଲୁଟ୍‌ କରୁଥିବା ଡେଙ୍ଗା ଗେଡା ଗ୍ୟାଙ୍ଗ୍‌ର ଆସିଲା ଆଉ ଦୁଇଟି ସିସିଟିଭି ଭିଜୁଆଲ୍‌। ଭୁବନେଶ୍ୱର ପରେ ଯାଜପୁର ଜିଲ୍ଲାକୁ ଟାର୍ଗେଟ। ଯାଜପୁରର ୨ଟି ମଣ୍ଡପରେ କେମିତି କରିଛନ୍ତି ଲୁଟ୍‌ ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ପ୍ରଥମ ଦୃଶ୍ୟ ଜାନୁଆରୀ ମାସ ୨୩ତାରିଖର । ଏକ ବିବାହ ଭୋଜିକୁ ଡେଙ୍ଗା ଗେଡା ଗ୍ୟାଙ୍ଗ୍‌ର ଦୁଇ ଜଣ ଯୋଗଦେବାକୁ ଆସିଛନ୍ତି। କିଛି ସମୟ ପରେ ମ୍ୟାରେଜ ପାର୍ଟିରୁ ବାହାରୁଛନ୍ତି। ବ୍ୟାଗ୍‌ ଧରି ଉଭୟ ଚମ୍ପଟ ମାରୁଛନ୍ତି।

ସେହିଭଳି ଯାଜପୁରର ଆଉ ଏକ ମଣ୍ଡପରୁ ସମାନ ଢଙ୍ଗରେ ଡେଙ୍ଗା ଗେଡା ଗ୍ୟାଙ୍ଗ୍‌ର ଏହି ଦୁଇ ଜଣ ଗିଫ୍ଟ ବ୍ୟାଗ୍‌ ଧରି ଚମ୍ପଟ ମାରୁଛନ୍ତି। ଗତ କିଛି ଦିନ ତଳେ କଟକ ଭୁବନେଶ୍ୱର ବାଇପାସ ରୋଡ଼ରେ ଥିବା ଏକ କଲ୍ୟାଣୀ ମଣ୍ଡପରେ ଲୁଟ୍‌ ହୋଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର ପୋଲିସ ଆଉ ଯାଜପୁର ପୋଲିସ ପାଇଁ ଏହି ଦୁଇ ଜଣ ୱାଣ୍ଟେଡ଼ ଥିବା ବେଳେ ପୋଲିସ ଏଯାଏ କାହାରିକୁ ଧରିପାରିନି।