ବିବାହ ପୂର୍ବରୁ ପାର୍ଟନରଙ୍କ ଏହି ୪ ମେଡିକାଲ ଟେଷ୍ଟ କରାଇନେବା ଜରୁର, ନହେଲେ ବିବାହ ପରେ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ବିବାହ ର୍ପୂରୁ ଜାତକ ବା କୁଣ୍ଡଳୀ ମିଳାଇବା କେବଳ ଏକ ପରମ୍ପରା ନୁହେଁ ଭବିଷ୍ୟତର ସୁଖ ଜୀବନ ପାଇଁ ଏହା ଏକ ଆବଶ୍ୟକ ବ୍ୟବସ୍ଥା ହୋଇଥାଏ । ହେଲେ ବିବାହ ପୂର୍ବରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ମେଡିକାଲ ଟେଷ୍ଟ ବା ଚେକ୍‌ଅପ୍‌ । ଭବିଷ୍ୟତର ସୁଖ ଜୀବନ ପାଇଁ ଜାତକ ଅପେକ୍ଷା ଆପଣଙ୍କ ପାର୍ଟନରଙ୍କ ମେଡିକାଲ ଟେଷ୍ଟ ଜାଣିବା ଜରୁର ହୋଇଥାଏ । ନଚେତ ଆଗାମୀ ଦିନରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ଆପଣ ବି କାହା ସହିତ ନିଜର ପୁରା ଜୀବନ ବିତାଇବାର ସ୍ୱପ୍ନ ଦେଖୁଥାନ୍ତି, ତେବେ ପ୍ରଥମେ ଆପଣଙ୍କ ପାର୍ଟନରଙ୍କ ମେଡିକାଲ ଟେଷ୍ଟ ଜରୁରୀ ହୋଇଥାଏ । ଫଳରେ ଆପଣଙ୍କ ନୂଆ ଜୀବନରେ କିଛି ଯେପରି ଅସୁବିଧା ନହୁଏ । ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ୪ ଟେଷ୍ଟ କରିନେବା ଜରୁରୀ ।

ଇନଫର୍ଟିଲିଟି ଟେଷ୍ଟ :  ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଓ ମହିଳାଙ୍କ ଓଭାରୀ ହେଲ୍‌ଥ ଜାଣିବା ପାଇଁ ଇନଫର୍ଟିଲିଟି ଟେଷ୍ଟ କରିନେବା ବହୁତ ଜରୁରୀ ହୋଇଥାଏ । କାରଣ ଶରୀରରେ ଇନଫର୍ଟିଲିଟିର କୌଣସି ବି ଲକ୍ଷଣ ପ୍ରଥମରୁ ଜଣାପଡ଼ିନଥାଏ । ଏ ସମ୍ପର୍କରେ ଜାଣିବା ପାଇଁ ଟେଷ୍ଟ ଜରୁରୀ ହୋଇଥାଏ । ଯେପରି ଭବିଷ୍ୟତରେ ଆପଣଙ୍କ ସନ୍ତାନ ପ୍ଲାନିଂ କିମ୍ବା ସେକ୍ସୁଆଲ ଲାଇଫରେ କୌଣସି ଅସୁବିଧା ନହୁଏ ।

ବ୍ଲଡ ଗ୍ରୁପ କମ୍ପାଟିବିଲିଟି ଟେଷ୍ଟ : ଏହା ବେଶୀ ବଡ଼ ଟେଷ୍ଟ ନୁହେଁ । ଯଦି ଆପଣ ଭବିଷ୍ୟତରେ ସନ୍ତାନ ପ୍ଲାନିଂ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଟେଷ୍ଟ କରିନେବା ଜରୁରୀ ହୋଇଥାଏ । କାରଣ ଆପଣ ଓ ଆପଣଙ୍କ ପାର୍ଟନରଙ୍କ ଆରତ ଏଚ୍‌ ଫ୍ୟାକ୍ଟର ଏକା ହେବା ଜରୁରୀ । ଯଦି ଆପଣଙ୍କ ବ୍ଲଡ ଗ୍ରୁପ୍‌ ଅନୂକୁଳ ହୋଇ ନଥାଏ ତେବେ ଗର୍ଭ ଧାରଣ ବେଳେ ଏହା ଅସୁବିଧା କରିଥାଏ ।

ଜେନେଟିକ ରୋଗ ସମ୍ପର୍କିତ ଟେଷ୍ଟ : ବିବାହ ପୂର୍ବରୁ ଦମ୍ପତିଙ୍କ ଜେନେଟିକ ଟେଷ୍ଟ ଜରୁରୀ ହୋଇଥାଏ । ଆନୁବଂଶିକ ରୋଗ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ସହଜରେ ଯାଇଥାଏ । ତେଣୁ ଜେନେଟିକ ଟେଷ୍ଟ କରିନେବା ଏଥିପାଇଁ ଜରୁରୀ ହୋଇଥାଏ । ଜେନେଟିକ ରୋଗ ମଧ୍ୟରେ ସ୍ତନ କର୍କଟ, ପେଟ କର୍କଟ, କିଡନୀ ଓ ଡାଇବେଟିସ ଆଦି ରୋଗ ସାମିଲ ହୋଇଥାଏ । ଏହି ରୋଗ ସମ୍ପର୍କରେ ଯଦି ପ୍ରଥମରୁ ଜଣାଯାଏ । ତେବେ ଏହାର ଚିକିତ୍ସା ଠିକ୍‌ ସମୟରେ କରାଯାଇପାରେ ।

ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ ଟେଷ୍ଟ : ଆଜିକାଲି ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ସାଧାରଣ ହୋଇଯାଇଛି । ଏଥିପାଇଁ ଜରୁରୀ ଯେ ଆପଣ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜର ଚେକ ଅପ୍‌ ପ୍ରଥମରୁ କରାଇନେବା । ଏହି ରୋଗ ମଧ୍ୟରେ ଏଚଆଇଭି, ଏଡ୍ସ, ଗନେରିଆ, ହର୍ପିସ, ହେପାଟାଇଟିସ ଆଦି ରୋଗ ରହିଛି । ଏହି ସବୁ ରୋଗ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ । ସେଥିପାଇଁ ଏସଟିଡି ଟେଷ୍ଟ ଜରୁରୀ କରାଇନେବା ଉଚିତ୍‌ । ଫଳରେ ଆପଣ ପୂର୍ବରୁ ବଡ଼ ଅସୁବିଧାରୁ ବଞ୍ଚିଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.