ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ, ଉତ୍ସବ ମୁଖରିତ ହୋଇ ଉଠିଛି ଶ୍ରୀକ୍ଷେତ୍ର

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି । କଡ଼ା କଟକଣା ଭିତରେ ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ।

ଏହି ଅବସରରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହେବାପରେ ବଡ ପ୍ରଭୁ  ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଏହାପରେ ଝୁଲିଝୁଲି ଆସିଥିଲେ ଭଉଣୀ ସୁଭଦ୍ରା । ଶୂନ୍ଯ ପହଁଣ୍ଡିରେ ଆସିଥିଲେ ଦେବୀ ସୁଭଦ୍ରା । ଏହା ପରେ ଶେଷରେ କଡ଼ା କଟକଣା ଭିତରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ବଡ଼ ଟାହିଆ ବାନ୍ଧି ଝୁଲି ଝଲି ବିଜେ କରୁଛନ୍ତି କାଳିଆ ସାଆନ୍ତ । ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.