ମେଲାଣି ନେଉଛନ୍ତି ମା, ବାଦ୍ୟ ନୃତ୍ୟରେ ଝୁମୁଛନ୍ତି ଭକ୍ତଗଣ

ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀର ପୂଜା ସରିଥିବା ବେଳେ ଯାଜପୁର ଗଣପର୍ବ କାଳୀପୂଜାର ଆରମ୍ଭ ହୋଇଛି ଭସାଣ ଉତ୍ସବ

ଯାଜପୁର : ଚାଲିଛି ପାର୍ବଣ ଋତୁ । ସବୁଠି ପାର୍ବଣର ମହକ । ପୂର ଠୁ ପଲ୍ଲୀ ସବୁ ସ୍ଥାନରେ ଉତ୍ସବ ମୁଖର ପରିବେଶ । ବିଭିନ୍ନ ସ୍ଥାନରେ ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀର ପୂଜା ସରିଥିବା ବେଳେ ଯାଜପୁର ଗଣପର୍ବ କାଳୀପୂଜାର ଆରମ୍ଭ ହୋଇଛି ଭସାଣ ଉତ୍ସବ ।

ମାଙ୍କୁ ଟିକିଏ ଦର୍ଶନ କରି ମେଲାଣି ଦେବେ ବୋଲି ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ସମସ୍ତେ ଝୁମୁଛନ୍ତି ନାଚୁଛନ୍ତି ଗାଉଛନ୍ତି ଆଉ ମା କୁ ମେଲାଣୀ ଦେଉଛନ୍ତି । ଆଜି ପ୍ରଥମ ଦିନରେ ୧୮ଟି ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କର ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା କମିଟିର ମେଢଗୁଡିକୁ ସୁନ୍ଦର ଭାବେ ବାଦ୍ୟ, ଘଣ୍ଟ , ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ନିମନ୍ତେ ନିଆଯାଇଛି ।

ତେବେ ଏହି ଭସାଣ ଉତ୍ସବ ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ ବୋଲି କୁହାଯାଉଛି । ଏହି ଭସାଣ ଉତ୍ସବକୁ ଦେଖିବା ପାଇଁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଭସାଣ ଦଳ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ।

ଏହି ସମୟରେ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଛି ଅଘୋରୀ ନୃତ୍ୟ । ଭସାଣ ଉତ୍ସବରେ ଅଘୋରି ବାବାଙ୍କ ବିଭିନ୍ନ କଳା ପ୍ରଦର୍ଶନରେ ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ତେବେ ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ କୃତ୍ରିମ ପୋଖରୀ କରାଯାଇ ସେଠାରେ ସମସ୍ତ ମେଢ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.