ମାଡ଼ି ଆସୁଛି ମହାବିପଦ ; ଆକାଶରୁ ଖସୁଛନ୍ତି ଅଗଣିତ ମୃତ ପକ୍ଷୀ

ମାଡ଼ି ଆସୁଛି ମହାବିପଦ । ଆକାଶରୁ ଖସୁଛନ୍ତି ଅଗଣିତ ମୃତ ପକ୍ଷୀ

ଭୟଙ୍କର, ବିସ୍ମିତ ବିଚଳିତ କଲା ଭଳି ଦୃଶ୍ୟ । ମାଡ଼ି ଆସୁଛି ମହାବିପଦ । ଏ ହେଉଛି ତାର ପୂର୍ବ ସଂଙ୍କେତ । ଆକାଶରୁ ଖସୁଛନ୍ତି ଅଗଣିତ ମୃତ ପକ୍ଷୀ । ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛନ୍ତି କୁଢ଼ କୁଢ଼ ପକ୍ଷୀ । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଲୋମ ଟାଙ୍କୁରି ଯିବ । ଏହି ଦୃଶ୍ୟ ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବେ । ଆପଣ ମଧ୍ୟ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ପୂରା ରାସ୍ତା ମୃତ ପକ୍ଷୀରେ ଆଚ୍ଛାଦିତ ହୋଇଯାଇଛି ।

ଏ ଦୃଶ୍ୟ ଦେଖି ସମସ୍ତଙ୍କ ମନରେ କେବଳ ଗୋଟାଏ ପ୍ରଶ୍ନ ଏସବୁ କଣ ? କୁଆଡ଼ୁ ଆସିଲେ ଏହି ପକ୍ଷୀ ? ହଠାତ୍‌ କାହିଁକି ପକ୍ଷୀ ମରି ପଡ଼ୁଛନ୍ତି ? ଯେଉଁ ଦୃଶ୍ୟକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।

ଏ ଅଜବ ଘଟଣା ହେଉଛି ଚାଇନାର ଗୁଆଙ୍ଗ୍‌ସି ଅଞ୍ଚଳର । ସେହି ଅଞ୍ଚଳର ଲାଇବିନ୍‌ରେ ରହୁଥିବା ଜଣେ ବ୍ୟକ୍ତିଏହି ଦୃଶ୍ୟକୁ ତାଙ୍କ କ୍ୟାମେରାରେ କଏଦ କରିଛନ୍ତି । ଯାହା ମୋବାଇଲ୍‌ ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ହଜାର ହଜାର ପକ୍ଷୀ ଏକ ଗୋଲାକାର ଭାବେ ଉଡ଼ୁଥିବା ବେଳେ ହଠାତ୍‌ ଗୋଟେ ପରେ ଗୋଟେ ପକ୍ଷୀ ତଳେ ପଡ଼ିବାକୁ ଲାଗିଲେ ତା’ ପରେ ସମସ୍ତ ପକ୍ଷୀ ତଳେ ପଡ଼ି ଚିିତ୍କାର କରିଥିଲେ । ଯାହା ଦେଖିବା ପାଇଁ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ଆଉ ଏହି ଦୃଶ୍ୟ ଦେଖି ସମସ୍ତେ ହତଚକିତ ହୋଇଯାଇଥିଲେ । କେହି କେହି ଏହି ଦୃଶ୍ୟକୁ କ୍ୟାମେରାରେ କଏଦ୍‌ ମଧ୍ୟ କରୁଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ଏଭଳି ଘଟଣା ସେଠାରେ ପ୍ରଥମ କରି ଘଟିଥିବା ବେଳେ ସେଠାକାର କୌଣସି ମହାବିପଦ ଆଶଙ୍କା କରି ଭୟଭୀତ ହୋଇଯାଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଶୀତଦିନରେ ଗରମ ଜଳବାୟୁ ପାଇଁ ଦକ୍ଷିଣକୁ ଉଡ଼ିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ଶୂନ୍‌ରୁ କମ୍‌ ତାପମାତ୍ରାରେ ଅତିଶୟ ମୃତ୍ୟୁବରଣ କରନ୍ତି। କିନ୍ତୁ ଏକାସାଙ୍ଗରେ କାହିଁକି ଏତେ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ଶୁଭଙ୍କର ନୁହେଁ ବୋଲି କୁହାଯାଉଛି ।

ତେବେ ଚାଇନା ସଂସ୍କୃତିରେ ଏପରି ପକ୍ଷୀଙ୍କ ମୃତ୍ୟୁ ଦୁର୍ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ସେହିପରି ଖ୍ରୀଷ୍ଟିଆନ ଧର୍ମରେ ଆକାଶରୁ ପଡୁଥିବା ପକ୍ଷୀମାନେ ଈଶ୍ବରଙ୍କ କ୍ରୋଧ, ଈଶ୍ୱରୀୟ ନ୍ୟାୟ ଏବଂ ଦଣ୍ଡର ସଙ୍କେତ ଭାବରେ ଜଣାଯାଏ। ଅନେକ ଭିନ୍ନ ସଂସ୍କୃତି ମଧ୍ୟ ଆକାଶରୁ ପଡୁଥିବା ପକ୍ଷୀମାନଙ୍କୁ ଆସୁଥିବା ବିପଦ ଭାବିଥାନ୍ତି ଏବଂ ଆଗାମୀ ବିପର୍ଯ୍ୟୟ ସହିତ ଯୋଡ଼ିଥାନ୍ତି । ଯାହା ସର୍ବନାଶର ସଙ୍କେତ ବୋଲି ବିଶ୍ୱାସ କରିଥାନ୍ତି।

Leave A Reply

Your email address will not be published.