କଟକ ବସ୍ତିବାସିନ୍ଦାଙ୍କୁ ସରକାରୀ ଘର ଦେବା ନାଁରେ ଲକ୍ଷାଧିକ ଟଙ୍କା ଚୂନା ମାରିଥିଲା ଠକ, ଗିରଫ କଲା ମଧୁପାଟଣା ପୋଲିସ

କଟକ(କେନ୍ୟୁଜ୍): କଟକ ଅନ୍ଦରପୁର ବସ୍ତିବାସିନ୍ଦାଙ୍କୁ ସରକାରୀ ଘର ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ କିରଣକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ତା ବିରୋଧରେ ଆଇପିସିର ୪୨୦, ୪୦୬, ୪୬୭, ୪୬୮ରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ରାଜା କିରଣ ନାଁରେ ଜଗତପୁର ଓ ମଧୁପଟଣା ଥାନାରେ ମୋଟ ତିନୋଟି ମାମଲା ରୁଜୁ କରିଛି ପୋଲିସ ।

୩୩ ଜଣଙ୍କୁ ନକଲି କାଗଜପତ୍ର ଦେଇ ଘର ଦେଇଥିବା ପୋଲିସ ସୂଚନା ଦେଇଛି । ରାଜାର ଘରୁ ଓ ଥଇଥାନ କେନ୍ଦ୍ରରେ ଖୋଲିଥିବା ବେଆଇନ ଅଫିସରୁ ମୋଟ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି ପୋଲିସ । ଆଉ କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ସେ ନେଇ ତଦନ୍ତ ଚାଲିଛି । ରାଜାର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଚାଲିଥିବା ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.