ହକି ବିଶ୍ୱକପର ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ୍ କୁଇନ୍ ମାଧୁରୀ ଦୀକ୍ଷିତ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ୱକପର ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ୍ କୁଇନ୍ ମାଧୁରୀ ଦୀକ୍ଷିତ । ମାଟି ଭିତରୁ ମାଧୁରୀ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ । ଦେଖାଇଥିଲେ ବିଭିନ୍ନ ପ୍ରକାର ଡ୍ୟାନ୍ସ ଫର୍ମ । ପାଖାପାଖି ୧୧ଶହ କଳାକାରଙ୍କ ସହ ଡ୍ୟାନ୍ସ କରିଥିଲେ ମାଧୁରୀ । କିସ୍ ବିଶ୍ୱବିଦ୍ୟାଳୟର ୮ ଶହ ଛାତ୍ରଛାତ୍ରୀ ଦେଖାଇଥିଲେ ଡ୍ୟାନ୍ସ ଜଲଓ୍ଵା । ସେହିପରି ଓଡ଼ିଶୀ, ଭାରତନାଟ୍ୟମ, କୁଚିପୁଡ଼ି ଡ୍ୟାନ୍ସର ମଜା ନେଇଥିଲେ ଦର୍ଶକ । ନୃତ୍ୟ ମାଧ୍ୟମରେ ବିଶ୍ୱର ବିବିଧତା ଭିତରେ ଏକତାର ବାର୍ତ୍ତା ଦିଆଯାଇଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାର ମିଶ୍ରିତ ଝଲକ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.