ନାବାଳିକାର ଅନିଚ୍ଛା ସତ୍ତ୍ୱେ ବିବାହ କରି ବନ୍ଧା ହେଲେ ଯୁବକ

ଆମ ସମାଜରେ ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ବି କିଛି ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଯାଜପୁର ଟାଉନ୍(କେନ୍ୟୁଜ):  ଆମ ସମାଜରେ ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ବି କିଛି ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ, ଯାହା ଏକ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଜଣେ ନାବାଳିକାକୁ ବିବାହ କରି ଜେଲ ଗଲେ ଯୁବକ । ଏଭଳି ଘଟଣା ଯାଜପୁର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବିବାହ କରିଥିବା ଯୁବକକୁ ପୋଲିସ ଗିରଫ କରିଛି । ନାବାଳିକାର ମା ବରୀ ଥାନା ବାଇଁଶିରିଆ ଗ୍ରାମର ସତ୍ୟବ୍ରତ କର(୩୩)କୁ ନାବାଳିକାର ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ । ନାବାଳିକା ଜଣକ ସେଠାରେ ୮ଦିନ ରହିବା ପରେ କୌଣସି ମତେ ଲୁଚି ପଳାଇ ଆସି ବାଇଁଶିରିଆ ସରପଞ୍ଚଙ୍କ ଘର ନିକଟରେ ଲୁଚିଥିଲା ।

ସେଠାରେ ନାବାଳିକାକୁ ଦେଖି ସ୍ଥାନୀୟ ୨ଜଣ ଯୁବକ ବରୀ ଥାନାରେ ଆଣି ଛାଡ଼ିଥିଲେ । ବରୀ ପୋଲିସ ନାବାଳିକାଠୁ ସମସ୍ତ ଘଟଣା ଶୁଣିବା ପରେ ଥାନାରେ ମାମଲା ରୁଜୁ କରି ଶିଶୁ ମଙ୍ଗଳ ଅଧିକାରିଣୀଙ୍କ ନିକଟରେ ହାଜର କରିଥିଲେ । ନାବାଳିକାଙ୍କ ଠାରୁ ସମସ୍ତ ଘଟଣା ଜାଣିବା ପରେ ଜୋର ଜବରଦସ୍ତ ବିବାହ କରିଥିବା ସତ୍ୟବ୍ରତ କରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ତଥାପି କିଛି ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥା ଜାରି ରହିଛି । ତେବେ ଏହି ଘଟଣାରେ ଖାଲି ଯୁବକ ନୁହେଁ ନାବାଳିକାର ମା’ଙ୍କ ସମେତ ସମ୍ପୃକ୍ତ ଯୁବକଙ୍କ ଅଭିଭାବକଙ୍କ ବିରୁଦ୍ଧରେ ବି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.