ଏହି ୬ଟି ଉପାୟରେ ନିଜ ଡାଏଟରେ ସାମିଲ କରନ୍ତୁ କ୍ରାନବେରି, ମିଳିବ ଅନେକ ସ୍ୱାସ୍ଥ୍ୟଲାଭ

କ୍ରାନବେରିରେ ଫ୍ଲାଭୋନଏଡ ଏବଂ ପଲିଫେନୋଲ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ଅକ୍ସିଡେଟିଭ ଷ୍ଟ୍ରେସ ଏବଂ ଇନଫ୍ଲେମେସନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଡାଏଟରେ କ୍ରାନବେରି ଅନ୍ତର୍ଭୁକ୍ତ କରିବାର କିଛି ଉପାୟ ବିଷୟରେ ଜାଣିବା ।

କ୍ରାନବେରିରେ ଫ୍ଲାଭୋନଏଡ ଏବଂ ପଲିଫେନୋଲ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ଅକ୍ସିଡେଟିଭ ଷ୍ଟ୍ରେସ ଏବଂ ଇନଫ୍ଲେମେସନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଡାଏଟରେ କ୍ରାନବେରି ଅନ୍ତର୍ଭୁକ୍ତ କରିବାର କିଛି ଉପାୟ ବିଷୟରେ ଜାଣିବା ।

କ୍ରାନବେରୀ ସାଲାଡ୍: ଏହି ସାଲାଡ଼ ପ୍ରସ୍ତୁତ କରିବା ପାଇଁ ଫ୍ରେସ କ୍ରାନବେରି ସହ କମଳା, ଆପଲ୍, ଏବଂ ଡାଳିମ୍ବ ପରି ଅନ୍ୟ ଫଳ ସବୁ ମିଶାଇ ଦିଅନ୍ତୁ । ମିଠା ହେବା ପାଇଁ ଅଳ୍ପ ବୁନ୍ଦା ମହୁ କିମ୍ବା ମ୍ୟାପଲ ସିରପ୍ ମିଶାନ୍ତୁ ଏବଂ ଏହି ସାଲାଡ଼କୁ ଅଧିକ କ୍ରଞ୍ଚି କରିବା ପାଇଁ ଏହା ଉପରେ ବାଦାମ ମଧ୍ୟ ପକାଇପାରିବେ ।

କ୍ରାନବେରୀ ସସ୍: ତାଜା କ୍ରାନବେରି, କମଳା ରସ ଏବଂ ଅଳ୍ପ ମହୁ କିମ୍ବା ଚିନି ବ୍ୟବହାର କରି ଆପଣ କ୍ରାନବେରୀ ସସ୍ ପ୍ରସ୍ତୁତ କରିପାରିବେ । ଓଟମିଲ, ଦହି କିମ୍ବା ଟୋଷ୍ଟ ପାଇଁ ଏହାକୁ ଏକ ଟପିଙ୍ଗ ଭାବରେ ବ୍ୟବହାର କରିପାରିବେ ।

କ୍ରାନବେରୀ ଓଟମିଲ୍: ସକାଳେ ଜଳଖିଆ ପାଇଁ ଓଟମିଲରେ ଡାଲଚିନି, ଡ୍ରାଏଫ୍ରୁଟସ ଏବଂ କିଛି ବୁନ୍ଦା ମହୁ କିମ୍ବା ମ୍ୟାପଲ ସିରପ୍ ସହିତ କିଛି ଶୁଖିଲା କ୍ରାନବେରି ମିଶାଇ ଖାଇପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

କ୍ରାନବେରୀ ଟ୍ରେଲ୍ ମିକ୍ସ: ଶୁଖିଲା କ୍ରାନବେରିକୁ ବାଦାମ, ସିଡ୍ସ ଏବଂ ଡାର୍କ ଚକୋଲେଟ୍ ଚିପ୍ସ ସହିତ ମିଶାଇ ଏକ ଟ୍ରେଲ୍ ପ୍ରସ୍ତୁତ କରି ଏହାକୁ ଖାଇପାରିବେ । ଏହା ଆପଣଙ୍କୁ ଦିନସାରା ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ ।

କ୍ରାନବେରୀ ସ୍ମୁଦି: ଏକ ପୁଷ୍ଟିକର ଏବଂ ଟାଙ୍ଗୀ ସ୍ମୁଦି ପାଇଁ ବସା ଦହି, ପାଳଙ୍ଗ, କଦଳୀ ଏବଂ ଅଳ୍ପ ବାଦାମ କ୍ଷୀର ସହିତ ଫ୍ରେସ ଏବଂ ଫ୍ରିଜ୍ ହୋଇଥିବା କ୍ରାନବେରିକୁ ମିଶାଇ ଦିଅନ୍ତୁ । ଏହି ସ୍ମୁଦିକୁ ଅଧିକ ପୁଷ୍ଟିକର କରିବା ପାଇଁ ଆପଣ ଏଥିରେ ପ୍ରୋଟିନ୍ ପାଉଡର କିମ୍ବା ଚିଆ ସିଡ୍ସ ମଧ୍ୟ ମିଶାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.