କେଶ କଳା କରିବା ପାଇଁ ବ୍ୟବହାର କରନ୍ତୁ ହଳଦୀ, ମିଳିବ କେଶର ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି

ମେଣ୍ଟାଲ ଷ୍ଟ୍ରେସ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଆମ ଲାଇଫ୍‌ଷ୍ଟାଇଲ୍‌ରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ଆଜିକାଲି ଲୋକାମାନଙ୍କର ଅନ୍‌ହେଲଦି ଖାଦ୍ୟ ଯୋଗୁ ଲୋକମାନଙ୍କର କେଶ ଅଳ୍ପ ବୟସରେ ଧଳା ହୋଇଯାଉଛି । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ କେଶ କଳା ରହୁ ଏବଂ କୌଣସି ପ୍ରକାରର ସମସ୍ୟା ନହେଉ, ତେବେ ଆପଣ ହଳଦୀର ବ୍ୟବହାର କରନ୍ତୁ ।

ଆଜିକାଲି ଲୋକମାନଙ୍କର କେଶକୁ ନେଇ ସମସ୍ୟା ବଢି ଚାଲିଛି । ଯେଉଁ କାରଣରୁ ଲୋକମାନେ କେଶ ପାଇଁ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନ ଅଳ୍ପ ବୟସରେ କେଶ ଝଡିବା ଏବଂ ବୟସ ପୂର୍ବରୁ କେଶ ଧଳା ହେବା ଏକ ସାଧାରଣ ସମସ୍ୟା ହୋଇଯାଇଛି । ଏପରି ପରିସ୍ଥିତିରେ ଲୋକମାନେ କେଶକୁ କଳା କରିବା ପାଇଁ ଡ୍ରାଏ କିମ୍ବା କଲର ବ୍ୟବହାର କରୁଛନ୍ତି । ଆଜିର ଯୁବ ପିଢି କେଶ ଧଳା ହୋଇଯିବାକୁ ନେଇ ବହୁତ ଚିନ୍ତିତ । ତେବେ ମେଣ୍ଟାଲ ଷ୍ଟ୍ରେସ୍‌ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଆମ ଲାଇଫ୍‌ଷ୍ଟାଇଲ୍‌ରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି । ଆଜିକାଲି ଲୋକାମାନଙ୍କର ଅନ୍‌ହେଲଦି ଖାଦ୍ୟ ଯୋଗୁ ଲୋକମାନଙ୍କର କେଶ ଅଳ୍ପ ବୟସରେ ଧଳା ହୋଇଯାଉଛି ।

ଏପରି ପରିସ୍ଥିତିରେ ଲୋକମାନେ ପୁଣି କେଶକୁ କଳା କରିବା ପାଇଁ ଅନେକ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ଏହା କରିବା ଦ୍ୱାରା କେଶ ତ କଳା ହୋଇଯାଉଛି, କିନ୍ତୁ ଆପଣଙ୍କ କେଶ ନଷ୍ଟ ହୋଇଯାଉଛି ଏବଂ ଧୀରେ ଧୀରେ କେଶ ବହୁତ ଝଡିବା ମଧ୍ୟ ଆରମ୍ଭ ହେଉଛି । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ କେଶ କଳା ରହୁ ଏବଂ କୌଣସି ପ୍ରକାରର ସମସ୍ୟା ନହେଉ, ତେବେ ଆପଣ ହଳଦୀର ବ୍ୟବହାର କରନ୍ତୁ । ତେବେ ଆପଣ ମଧ୍ୟ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଏପରି ଘରୋଇ ଉପଚାର ବ୍ୟବହାର କରିପାରିବେ । ତେବେ ହଳଦୀ ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଇରନ୍‌ ଏବଂ ଅନ୍ୟାନ୍ୟ ଔଷଧୀୟ ଗୁଣ ଆପଣଙ୍କୁ ଧଳା କେଶରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ ଏହାକୁ ତିଆରି କରିବାର ପ୍ରକ୍ରିୟା :
ସର୍ବପ୍ରଥମେ ଏକ ପ୍ୟାନରେ ୧ ଚାମଚ ସୋରିଷ ତେଲ ନିଅନ୍ତୁ । ଏହା ପରେ ସେଥିରେ ୨ ଚାମଚ ହଳଦୀ ଗୁଣ୍ଡ ନେଇ ଭଲ ଭାବରେ ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବେ ମିଶାଇବା ପରେ ଏକ କପ୍‌ରେ ହଳଦୀକୁ ବାହାର କରି ସେଥିରେ ୧ ଚାମଚ କଫି ମିଶାନ୍ତୁ । ଏହା ପରେ ୨ ଟି ଭିଟାମିନ୍ ଇ କ୍ୟାପସୁଲ ଏବଂ ଅଧା ଲେମ୍ବୁ ରସ ମିଶାନ୍ତୁ । ଏହା ପରେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପରେ କେଶକୁ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶ ସଂପୂର୍ଣ୍ଣ କଳା ହୋଇଯିବ ଏବଂ ଅନ୍ୟ କିଛି ସମସ୍ୟା ମଧ୍ୟ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.