ବିବାହର ୧୫ ଦିନ ପରେ ଲକ୍ଷେ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକି ଦେଲା ସ୍ବାମୀ, ଏବେ ଜେଲରେ

ବଲାଙ୍ଗୀର(କେନ୍ଯୁଜ୍) : ପ୍ରେମ, ବିବାହ ତାପରେ ପ୍ରତାରଣ। ଯାହାକୁ ଭଲପାଇ ବିବାହ କଲେ, ବିବାହର ୧୫ ଦିନରେ ତାସହ କଲେ ପ୍ରତାରଣା । ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାଥୀ ହେବା ପାଇଁ  ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକି ଦେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଶେଷରେ ଏବେ ପୋଲିସକୁ ମାମଲା ଯିବା ପରେ ରାଜସ୍ଥାନରୁ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ପ୍ରତାରଣା କରିଥିବା ସ୍ୱାମୀକୁ ଗିରଫ କରି ଜେଲ୍ ପଠାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଂଚଳରେ। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ବେଲପଡ଼ା ଥାନା ସୁଲେକେଲା ଗାଁର ରାଜେଶ ରଣା । ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା। ଉଭୟଙ୍କର ପରିବାରର ସହମତି ପରେ ବିବାହ ମଧ୍ଯ ହୋଇଥିଲା। ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ। ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନିଜ ସ୍ତ୍ରୀକୁ ନେଇଯାଇଥିଲା ରାଜସ୍ଥାନ। ସେଠାରେ ସ୍ତ୍ରୀକୁ ବୁଲାଇବ କଣ ଓଲଟି ଜଣଙ୍କ ପାଖରେ ବିକ୍ରି କରି ଚାଲିଆସିଥିଲା। ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ।

ଝିକୁ ନପାଇ ଏନେଇ ଅଗଷ୍ଟ ୫ ତାରିଖରେ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ନିଖୋଜ ମାମଲାର ତଦନ୍ତ କରୁ କରୁ ପୋଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା। ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା ମାନିଥିଲା । ଏହାପରେ ମାମଲାକୁ ଗୁରୁତ୍ବର ସହ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା। ହେଲେ ଗାଁ ଲୋକେ ଝିଅକୁ ଛାଡ଼ିବାକୁ ନାରାଜ ଥିଲେ। ପରେ ସେଠିକାର ପୋଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା। ଏ ନେଇ ପୋଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଛି। ଏହି ଘଟଣାଟି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.