ବ୍ୟାରେଜ ଉପରେ ସାଇକେଲ ରଖି ବିରୁପା ନଦୀକୁ ଡେଇଁଲେ ଯୁବକ, ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି

କଟକ(କେ ନ୍ୟୁଜ): ଚୌଦ୍ୱାର ବିରୁପା ବ୍ୟାରେଜ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ ଯୁବକ । ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ । ବ୍ୟାରେଜ ଉପରେ ସାଇକେଲ ରଖିବା ପରେ ନଦୀ ଓ ସୂର୍ଯ୍ୟଙ୍କୁ ଚାହିଁ ସେ ପ୍ରଣାମ କରିଥିଲେ । ଏହାପରେ ହଠାତ ନଦୀକୁ ଡେଇଁ ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ରେ ଖୋଜାଖୋଜି ଜାରି ରଖିଛି । ହେଲେ ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ବ୍ରିଜ ଉପରେ ତାଙ୍କ ଚପଲ ହଳ ହିଁ ଥୁଆ ହୋଇଥିବା ଦେଖାଦେଇଛି ।

suicide case

ଏମିତି ଘଟଣା ବାରମ୍ବାର ଘଟିବାରେ ଲାଗିଛି । ଗତ ସପ୍ତାହରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଏଚଆର ଭାବେ କାମ କରୁଥିବା ଜଣେ ଯୁବକ ମୁଣ୍ଡଳୀ ବ୍ରିଜ ନିକଟରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । କିନ୍ତୁ ଏଯାବତ ତାଙ୍କର କୌଣସି ମୃତ ଦେହ ମିଳିନାହିଁକି ଆତ୍ମହତ୍ୟାର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଘରୋଇ ଗଣ୍ଡଗୋଳରୁ ଏମିତି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏମିତି ସମାନ ଢଙ୍ଗରେ ବାରମ୍ବାର ଜୀବନ ହାରିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.