ପାଣି ପାଇଁ ଆକ୍ରମଣ, ବେଆଇନ ଜଳ ସଂଯୋଗ ନେଇ ପ୍ରତିବାଦ କରିବାକୁ ଆକ୍ରମଣ ଅଭିଯୋଗ

ଆଠଗଡ଼(କେନ୍ୟୁଜ): ପାଣି ପାଇଁ ଆଟାକ୍‌ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ବ୍ରାହ୍ମଣବସ୍ତ ଗାଁରେ ଏଭଳି ଘଟଣା ଘଟିଛି। ଜନସାଧାରଣଙ୍କ ପାଇଁ ଥିବା ପାଣି ବେଆଇନ ଭାବେ କୁକୁଡା ଫାର୍ମକୁ ଛଡ଼ାଯାଉଛି । ପାଇପ୍‌ରେ ମଟର ଲଗାଇ ପାଣି ନେଇଯାଉଛନ୍ତି ଫାର୍ମ ମାଲିକମାନେ। ଯାହା ଫଳରେ ଗାଁରେ ପାଣି ସମସ୍ୟା ଦେଖାଦେଇଛି । ଏପରିକି ଜଣେ ବ୍ୟକ୍ତି ନିଜ ଘରକୁ ପାଣି ସଂଯୋଗ କରିବାରୁ କୁକୁଡା ଫାର୍ମ ମାଲିକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ୨୦୧୨ ମସିହାରୁ ସରପଞ୍ଚଙ୍କ ଜାଣତରେ ଆମେ ପାଣି ନେଉଛୁ । ଏ ବାବଦରେ କୌଣସି ଅର୍ଥ ଦେଉନାହୁଁ । ଯଦି ପାଣି ସଂଯୋଗ କଟାଯିବ ତେବେ ସବୁ କୁକୁଡା ଫାର୍ମର କଟାଯାଉ ବୋଲି କୁକୁଡା ଫାର୍ମ ମାଲିକ କହିଛନ୍ତି। ଅଭିଯୋଗ ହେବା ପରେ ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆଠଗଡ ବ୍ଲକ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.