ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ । ମୃତକ ହେଲେ ଢେଙ୍କାନାଳ ଜିଳ୍ଲା ସଦର ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ଲକ୍ଷ୍ମଣ ଦେହୁରୀ । ବିଦ୍ୟୁତ୍‌ ଦେୟ ବାକି ଥିବାରୁ ଲକ୍ଷ୍ମଣଙ୍କୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରାଯାଇଥିଲା । ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରିବା ସମୟରେ ତାରକୁ ଅଧା କାଟି ଲକ୍ଷ୍ମଣଙ୍କ ଛାତ ଉପରେ ପକାଇ ଦେଇଥିଲେ । ଆଜି ସକାଳେ ଲକ୍ଷ୍ମଣ ଛାତ ଉପରେ ଯିବା ସମୟରେ ଅଧା କଟା ହୋଇ ପଡିଥିବା ତାର ସଂସ୍ପର୍ଶରେ ଆସିଥିଲେ । ଗୁରତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ସଦର ଥାନରେ ଏକ ମାମଲା ରୁଜୁ କରାଯିବା ସହ କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.