Below header

କରୋନା ଟେଷ୍ଟ ପାଇଁ ସ୍ୱାବ୍‌ ଦେବାକୁ ଯାଇଥିଲେ ମେଡିକାଲ୍‌ , ଘରକୁ ଫେରିଲେ ଶବ ହୋଇ

ରାୟଗଡ଼(କେନ୍ୟୁଜ୍‌) : ମୃତ୍ୟୁ କେତେବେଳେ କାହା ପାଖକୁ କେମିତି ଆସେ କେହି କହି ପାରିବେ ନାହିଁ । ମେଡିକାଲ୍‌କୁ ସ୍ୱାବ ଦେବାକୁ ଯାଇଥିବା ଜଣେ ବ୍ୟକ୍ତି  ଆଉ ଜୀବିତ ହୋଇ ଘରକୁ ଫେରିଲେ ନାହିଁ ।

ଏମତି ଏକ ଅଭାବନୀୟ ଘଟଣା ଦେଖାଯାଇଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍‌ ଅଧୀନ ନାରାୟଣପୁର ଗ୍ରାମରେ । ସୂଚନାନୁଯାୟୀ, ନାରାୟଣପୁର ଗ୍ରାମର ଯୋଗେଶ୍ୱର ବେବର୍ତା(୫୦) ପ୍ରାୟ ୧୦ ଦିନ ହେବ ଜ୍ୱରରେ ପଡ଼ିଥିଲେ ।

gajapati.JPG-1

ତାଙ୍କ ଘରକୁ ଯାଇ ମ୍ୟାଲେରିଆ ଟିମ୍‌ ମ୍ୟାଲେରିଆ ପରୀକ୍ଷା କରିଥିଲେ । ହେଲେ ତାଙ୍କର ମ୍ୟାଲେରିଆ ନେଗେଟିଭ୍‌ ଆସିଥିଲା । ଏହାପରେ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଯୋନ୍‌ ଘୋଷଣା ହେବା ପରେ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ।

ତାଙ୍କର କରୋନା ଲକ୍ଷଣ ଥିବା ସନ୍ଦେହ ହେବାରୁ ତାଙ୍କୁ କରୋନା ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ଆଜି(ରବିବାର) ସେ ମେଡିକାଲ୍‌ ଯାଇ କରୋନା ଟେଷ୍ଟ ପାଇଁ ସ୍ୱାବ ଦେଇ ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ପ୍ରାଣହାନୀ ଘଟିଥିଲା ।

ଶବ ଘରକୁ ଆଣି ଅଳ୍ପ ଲୋକଙ୍କ ସହଯୋଗରେ ଗାଁରେ ତାଙ୍କର ଶବ ସତ୍କାର କରାଯାଇଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.