ଚୀନ୍‌ ସୀମା ବିବାଦ ପରେ ଭାରତ ଆମେରିକା ଠାରୁ କିଣିବ ୭୨ ହଜାର ସିଗ୍‌ ସାଉର୍‌ ଓ ୭୧୬ ଆସଲ୍ଟ ରାଇଫଲ୍‌

ନୂଆଦିଲ୍ଲୀ : ଚୀନ୍‌ ସହ ସୀମା ବିବାଦକୁ ନେଇ ଭାରତ ଏବେ ପ୍ରସ୍ତୁତି ଆରମ୍ଭ କରିଛି । ଫ୍ରାନ୍ସ ଠାରୁ ରାଫେଲ୍‌ ବିମାନ କିଣିବା ପରେ ଭାରତ ଏବେ ଯକ୍ତରାଷ୍ଟ୍ର ଆମେରିକା ଠାରୁ ସିଗ୍‌ ସାଉର୍‌ ଓ ଆସଲ୍ଟ ରାଇଫଲ୍‌ କିଣିବାକୁ ଅର୍ଡର ଦେବ ବୋଲି ଜଣାପଡ଼ିଛି ।

gun -2

ପ୍ରଥମ ଦଫାରେ ଆସିଥିବା ୭୨ ହଜାର ରାଇଫଲ୍‌ ଉତ୍ତର କମାଣ୍ଡ ଓ ଅନ୍ୟ ଅଞ୍ଚଳରେ ବ୍ୟବହାର କରାଯିବାକୁ ସେନାକୁ ହସ୍ତାନ୍ତର କରାଯାଇଛି । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରଥବ ଥର ଏପରି ରାଇଫଲ୍‌ କିଣିଥିଲା ।

ତେବେ ଏହାର ସଫଳ ବ୍ୟବହାର ପାଇଁ ଆହୁରି ୭୨ ହଜାର ସିଗ୍‌ ସାଉର୍‌ ସହ ୭୧୬ ଆସଲ୍ଟ ରାଇଫଲ କିଣିବା ପାଇଁ ଭାରତ ଆମେରିକାକୁ ଅର୍ଡର ଦେବ ବୋଲି ଜଣାପଡିଛି । ନିୟନ୍ତ୍ରଣ ରେଖାରେ ଛାମୁଆ ଭାବେ ଡିୟୁଟି କରୁଥିବା ସେନାଙ୍କ ପାଇଁ ଏହା ଭଲ କାମ କରୁଥିବାରୁ ପ୍ରାୟ ଦେଢ଼ ଲକ୍ଷ ଏହି ରାଇଫଲ୍‌ ଯୋଗାଇ ଦିଆଯିବ ।

gun-3

ବାକି ଯବାନମାନଙ୍କୁ ଋଷ ଓ ଭାରତ ଦ୍ୱାରା ଉତ୍ପାଦନ କରାଯାଉଥିବା ଏକେ-୨୦୩ ରାଇଫଲ୍‌ ଯୋଗାଇ ଦିଆଯିବ । ଏହା ବ୍ୟତୀତ ୧୬ ହଜାର ଲାଇଟ୍‌ ମେସିନ୍‌ ଗନ୍‌ ପାଇଁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଇସ୍ରାଏଲ୍‌କୁ ବରାଦ ଦେଇଛି । ଭାରତ ଏବେ ଶତ୍ରୁ ପକ୍ଷକୁ ମୁକାବିଲା ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ବଜେଟ୍‌ ବୃଦ୍ଧି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.