ସମ୍ବଲପୁର ଚିଡ଼ିଆଖାନାରେ ରହିବ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ମଣିଷଖିଆ ବାଘ

ସମ୍ବଲପୁର ଆସିଲା ମଣିଷଖିଆ ବାଘ। ସମ୍ବଲପୁର ଚିଡ଼ିଆଖାନାରେ ରହିବ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘ। ୨ ଦିନ ଯାଏ କ୍ବାରେଣ୍ଟାଇନରେ ରଖାଯିବ। ତାର ଗତିବିଧି ଉପରେ ନଜର ରଖିଛି ବନବିଭାଗ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଆସିଲା ମଣିଷଖିଆ ବାଘ। ସମ୍ବଲପୁର ଚିଡ଼ିଆଖାନାରେ ରହିବ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘ। ୨ ଦିନ ଯାଏ କ୍ବାରେଣ୍ଟାଇନରେ ରଖାଯିବ। ତାର ଗତିବିଧି ଉପରେ ନଜର ରଖିଛି ବନବିଭାଗ। ଗତକାଲି ସଂନ୍ଧ୍ୟାରେ ସମ୍ବଲପୁର ବନ୍ୟଜନ୍ତୁ ବିଭାଗର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ନେତୃତ୍ୱରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ନୂଆପଡାକୁ ଆସି କଡା ସୁରକ୍ଷା ମଧ୍ୟରେ ବାଘକୁ ସ୍ଥାନାନ୍ତର କରିଥିଲେ।

ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ବନ୍ୟପ୍ରାଣୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ବାଘକୁ ଏକ ଯନ୍ତାରେ ସ୍ୱତନ୍ତ୍ର ଗାଡ଼ି ଯୋଗେ କଡା ସୁରକ୍ଷା ମଧ୍ୟରେ ନିଆଯାଇଥିଲା । ଗତ ଶନିବାର ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁରୁ ବନବିଭାଗ ମଣିଷଖିଆ ବାଘକୁ କାବୁ କରିଥିଲା । ପରେ ବାଘକୁ ନୂଆପଡା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.