ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଚାଲିଗଲା ପ୍ରାଣବାୟୁ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଉଡିଗଲା ପ୍ରାଣବାୟୁ । ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ ଅହମ୍ମଦବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା ।

ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା । ବିଶ୍ୱନାଥଙ୍କ ସହ ଯାତ୍ରା କରୁଥିବା ଅନ୍ୟ ତିନି ଜଣ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ନେଗେଟିଭ୍‌ ଆସିବାରୁ ତାଙ୍କୁ ଛଡାଯାଇଛି । ମୃତ ଦେହକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତ୍ୟୁର କାରଣ ଜଣାପଡାନାହିଁ । ଏନେଇ ଜିଇଆରପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.