ମାତ୍ର ୧୦୦ ଟଙ୍କାରେ ଖୋଲି ଯିବ PPF ଆକାଉଣ୍ଟ, ସରକାରଙ୍କ ତରଫରୁ ମିଳିଥାଏ ଏହି ଫାଇଦା

ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେଭିଂ ଜରୁରୀ। ସେଭିଂ ପାଇଁ ଏମିତି ଅନେକ ଯୋଜନା ରହିଛି, ଯାହା ଉପରେ ସରକାରଙ୍କ ତରଫରୁ ସୁଧ ଦିଆଯାଉଛି। ସେଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି Public Provident Fund(PPF)। ଆଜି ଆମେ ଆପଣଙ୍କୁ PPF ସମ୍ପର୍କରେ ବିସ୍ତୁତ ସୂଚନା ଦେବୁ।

୧୦୦ ଟଙ୍କାରେ ଖୋଲି ପାରିବେ ଆକାଉଣ୍ଟ

ଯଦି ଆପଣ PPF ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତ ଏଥିପାଇଁ ଆପଣଙ୍କୁ କେବଳ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ସେପଟେ ନିବେଶ କଥା ଦେଖିଲେ, ତ କୌଣସି ଏକ ବିତ୍ତୀୟ ବର୍ଷରେ ଅତି କମ୍‌ରେ ୧୦୦ ଟଙ୍କା ନିବେଶ କରି ପାରିବେ। କିନ୍ତୁ ଅଧିକରୁ ଅଧିକ ୫ ଲକ୍ଷ ଟଙ୍କା ନିବେଶ କରାଯାଇ ପାରିବ। ରାଶି ପ୍ରତିବର୍ଷ ଅଧିକତମ ୧୨ କିସ୍ତିରେ ଜମା କରାଯାଇ ପାରିବ।

ଏକ PPF ଆକାଉଣ୍ଟର ନ୍ୟୂନତମ ସମୟ ଅବଧି ୧୫ ବର୍ଷ। ଅର୍ଥାତ୍‌, ଥରେ ଆକାଉଣ୍ଟ ଖୋଲିବା ପରେ ନିବେଶ ୧୫ ବର୍ଷ ପାଇଁ ଲକ୍‌ ହୋଇଯାଇଥାଏ। ଆକାଉଣ୍ଟ ହୋଲ୍‌ଡର୍ସ ନିଜ ଆକାଉଣ୍ଟର ସମୟ ଅବଧିକୁ ଆହୁରି ୫ ବର୍ଷ ପାଇଁ ବଢ଼ାଇ ପାରିବେ। ଆକାଉଣ୍ଟରେ ଜମା ରାଶି ଉପରେ ସରକାରଙ୍କ ତରଫରୁ ସୁଧ ଦିଆଯାଇଥାଏ। PPFରେ ସୁଧ ଦର ୭.୧ ପ୍ରତିଶତ। ଯଦିଓ ସରକାର ତ୍ରୈମାସିକ ଆଧାରରେ ଏହି ସୁଧର ସମୀକ୍ଷା କରୁଛନ୍ତି। ଏଥିରେ ପରିବର୍ତ୍ତନ ବି ହୋଇପାରେ।

ସାଧାରଣତଃ ଏକ PPF ଆକାଉଣ୍ଟ ଖୋଲିବା ପରେ ତୃତୀୟ ବିତ୍ତୀୟ ବର୍ଷଠାରୁ ଋଣ ଲାଭ ନିଆଯାଇପାରିବ। PPF ଆକାଉଣ୍ଟ ଭାରତ ସରକାରଙ୍କ ଦ୍ୱାରା ସମର୍ଥିତ ହୋଇଥାଏ। ଆକାଉଣ୍ଟ କୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ନିଜ ନାଁରେ ଏବଂ ନାବାଳକ ତରଫରୁ କୌଣସି ଦ୍ୱିତୀୟ ବ୍ୟକ୍ତିଙ୍କ ଦ୍ୱାରା ଖୋଲା ଯାଇପାରିବ।

PPF ଆକାଉଣ୍ଟକୁ ଟ୍ରାନ୍ସଫର କରେଇବାର ବି ସୁବିଧା ମିଳିଥାଏ। ଏହାକୁ ଗୋଟିଏ ଡାକଘରୁ ଅନ୍ୟ କାର୍ଯ୍ୟାଳୟକୁ କିମ୍ବା ଡାକଘରୁ ବ୍ୟାଙ୍କ କିମ୍ବା କୌଣସି ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇପାରିବ। ଆକାଉଣ୍ଟରେ ନିବେଶ କରାଯାଇଥିବା ରାଶି ସହିତ ଏହା ଉପରେ ମିଳିବାକୁ ଥିବା ସୁଧକୁ ଉଠାଣ କରିବା ଉପରେ ଟ୍ୟାକ୍ସ ଲାଗି ନ ଥାଏ। କିଛି ପରିସ୍ଥିତିରେ ୫ ବର୍ଷ ପୂରା ହେବା ପରେ ଆପଣ ଆକାଉଣ୍ଟକୁ ବନ୍ଦ କରିବାର ବିକଳ୍ପ ବାଛି ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.