ଅନ୍ତିମ ଯାତ୍ରା ସମୟରେ ‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଏ ଜାଣନ୍ତୁ

ଯେମିତି ଆମେ ସମସ୍ତେ ଜାଣିଛନ୍ତି ଯେ ଏହି ପୃଥିବୀ ଲୋକରେ ଯିଏ ବି ଜନ୍ମ ନେଇଛନ୍ତି ତାଙ୍କୁ ଦିନେ ଦିନେ ମରିବାକୁ ହିଁ ପଡିବ। ଏହା ହେଉଛି ଦୁନିଆର ସବୁଠାରୁ ବଡ ସତ୍ୟ। ବନ୍ଧୁଗଣ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ ଯେ ହିନ୍ଦୁ ଧର୍ମରେ ଯେତେବେଳେ ବି କାହାର ମୃତ୍ୟୁ ହୋଇଯାଏ ଏବଂ ଯେତେବେଳେ ତାଙ୍କର ଶବ ଯାତ୍ରା ବାହାରିଥାଏ ସେତେବେଳେ ଶବକୁ ନେଇ ଯାଉଥିବା ଲୋକ ଶବକୁ କାନ୍ଧରେ ଧରି ରାମ ନାମ ସତ୍ୟ ହେ କହି କହି ଚାଲନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଶବଯାତ୍ରା ସମୟରେ ରାମ ନାମ ସତ୍ୟ ହେ କାହିଁକି କୁହାଯାଏ। ଯଦି ଆପଣ ଏହା ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏହା ହିଁ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କୁ କହିବୁ ସେହି କଥା ବିଷୟରେ ଯାହାର ବର୍ଣ୍ଣନା ମହାଭାରତ ଗ୍ରନ୍ଥରେ ଯୁଧିଷ୍ଠିରଙ୍କ ଦ୍ୱାରା କରାଯାଇଛି।

ଧର୍ମଗ୍ରନ୍ଥ ମହାଭାରତରେ ଯୁଧିଷ୍ଠିର ଅନ୍ତିମ ଯାତ୍ରା ସମୟରେ ରାମ ନାମ ସତ୍ୟ ହେ କାହିଁକି କୁହାଯାଏ ଏହାର ଉତ୍ତରରେ କହିଛନ୍ତି, ‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ୟମମମହିଦରମ, ଶେଷା ବିଭୁତିମିଚ୍ଛନ୍ତି କିମାଶ୍ଚର୍ଯ୍ୟ ମତଃ ପରମ୍‌। ଅର୍ଥାତ ଯେତେବେଳେ ମୃତକଙ୍କ ଶରୀରକୁ ସ୍ମଶାନ ନିଆଯାଏ ସେତେବେଳେ ଶବ ପଛରେ ଯାଉଥିବା ଲୋକ ରାମ ନାମ ସତ୍ୟ ହେ କହିଥାନ୍ତି। କିନ୍ତୁ ଯେତେବେଳେ ମୃତକଙ୍କ ଶବ ସତ୍କାର ସମାପ୍ତ ହୋଇଥାଏ ସେତେବେଳେ ସାଥିରେ ଯାଇଥିବା ଲୋକ ଘରକୁ ଫେରି ରାମ ନାମ ଶବ୍ଦକୁ ଭୁଲି ନିଜ ନିଜ ଦୁନିଆରେ ବ୍ୟସ୍ତ ରହିଯାନ୍ତି। ଏହାପରେ ମୃତକଙ୍କ ପରିବାର ସଦସ୍ୟ ତାଙ୍କ ଧନ ସମ୍ପତ୍ତିକୁ ଅକ୍ତିଆର କରିବା ପାଇଁ ନିଜ ଭିତରେ କଳି ଝଗଡା କରନ୍ତି। ଏହାକୁ କହି ଯୁଧୀଷ୍ଠିର ଆଗକୁ କହିଛନ୍ତି ମଣିଷ କେବେ ନା କେବେ କାହା ଶବଯାତ୍ରାରେ ନିଶ୍ଚିତ ଯାଇଥାଏ ଏବଂ ‘ରାମ ନାମ ସତ୍ୟ ହେ’ର ଏହି ନାରା କହିଥାଏ, କିନ୍ତୁ ଶ୍ମସାନ ଘାଟରୁ ଆସିବା ପରେ ସେ ଏହି ସତ୍ୟକୁ ଭୁଲିଯାଏ। ସବୁ ମଣିଷ ପ୍ରତିଦିନ କାହାର ନା କାହାର ମୃତ୍ୟୁ ଖବର ଶୁଣିଥାଏ, କିନ୍ତୁ ଏହା ସତ୍ତ୍ୱେ ବି ସେ ଏହି ସତ୍ୟକୁ ସହଜରେ ସ୍ୱିକାର କରନ୍ତିନାହିଁ ଯେ ଜୀବନରେ ମୃତ୍ୟ ସୁନିଶ୍ଚିତ। ଏହାବ୍ୟତୀତ ଧର୍ମଗ୍ରନ୍ଥରେ ଏହା କୁହାଯାଇଛି ଯେଉଁଭଳି ଭାବେ ମୃତ୍ୟୁ ନିରନ୍ତର ସତ୍ୟ ସେହିଭଳି ରାମ ନାମ ବି ସତ୍ୟ ଅଟେ। ବନ୍ଧୁଗଣ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶବଯାତ୍ରା ସମୟରେ ସମସ୍ତେ ରାମ ନାମ ଏଥିପାଇଁ କୁହନ୍ତି କାରଣ ସାଥିରେ ଶ୍ମଶାନ ଘାଟକୁ ଯାଉଥିବା ବନ୍ଧୁ ଏବଂ ପରିଜନଙ୍କୁ ଏହାର ଅର୍ଥ ବୁଝିବା ଦରକାର ଯେ ଜୀବନ ଏବଂ ଜୀବନ ପରେ କେବଳ ରାମ ନାମ ହିଁ ସତ୍ୟ, ଅନ୍ୟ ସବୁ ବ୍ୟର୍ଥ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପରମ୍ପରା ଏବେର ନୁହେଁ ବରଂ ପୌରାଣିକ କାଳରୁ ହିଁ ଚାଲି ଆସୁଛି।

ଏବେ ଆପଣ ଭାବୁଥିବେ ଯେ କେବଳ ରାମ ନାମ ହିଁ କାହିଁକି ସତ୍ୟ ହୋଇଥାଏ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ ରାମ ନାମ ଜପ କରାଯାଏ ସେତେବେଳେ ମୃତକର ଆତ୍ମାକୁ ମୁକ୍ତି ମିଳିଥାଏ। ମାନ୍ୟତା ରହିଛି ଯେ ମୃତକଙ୍କ ଅନ୍ତିମ ଯାତ୍ରାରେ ରାମ ନାମ କହିବା ଦ୍ୱାରା ମୃତକ ଜନ୍ମ-ମୃତ୍ୟୁର ଏହି ଚକ୍ରରୁ ମୁକ୍ତି ପାଇଯାନ୍ତି ଏବଂ ତାଙ୍କୁ ଶ୍ରୀହରିଙ୍କ ଚରଣରେ ସ୍ଥାନ ମିଳିଯାଏ। ଏହାବ୍ୟତୀତ ଏହା ବି ଧରାଯାଏ ଯେ ଏହି ନାମକୁ ଜପ କରି ଏହା ବୁଝିବା ଦରକାର ଯେ ଭଗବାନଙ୍କ ଅବତାରକୁ ଛାଡି ଆଉ ଯିଏ ବି ଏ ଦୁନିଆକୁ ଆସିଛନ୍ତି ସେ ସବୁ ଚାଲିଯିବେ। କେବଳ ଏତିକି ନୁହେଁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ରାମ ନାମ ଜପିବା ଦ୍ୱାରା ମନୁଷ୍ୟ ମନରେ ଖରାପ ଚିନ୍ତାଧାରା ଆସିନଥାଏ। ଯାହାର ପ୍ରଭାବରେ ମନୁଷ୍ୟ ଖରାପ କର୍ମ କରିବା ଛାଡିଦିଏ ଏବଂ ସତମାର୍ଗରେ ଚାଲିଥାଏ। ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ମୃତକଙ୍କ ପରିବାର ଲୋକ ମୃତକଙ୍କୁ ଶୀଘ୍ର ବି ଭୁଲିଯାନ୍ତି। କାହିଁକିନା ପରିବାରରେ କାହାର ବି ମୃତ୍ୟୁ ହୋଇଯାଏ ତ ଲୋକମାନେ ବହୁତ ନିରାଶ ହୋଇଯାନ୍ତି। ସେଥିପାଇଁ ଏମିତି ସ୍ଥିତିରେ ରାମ ନାମ ଏକ ଏମିତି ମନ୍ତ୍ର ଯାହା ସେମାନଙ୍କୁ ଏହି ନିରାଶ ବା ଅବସାଦରୁ ବାହାରକୁ ବାହରିବାରେ ସାହାଯ୍ୟ କରିଥାଏ।

ଏସବୁ ବ୍ୟତୀତ ଶିବ ପୁରାଣ ଅନୁଯାୟୀ ଭଗବାନ ଶିବ ବି ରାମ ନାମ ଜପ କରନ୍ତି, ଯେବେକି ସେ ଜାଣିଛନ୍ତି ଯେ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି। ଏକ କଥା ଅନୁଯାୟୀ ରାମାୟଣର ରଚୟତା ବାଲ୍ମିକୀ ପୂର୍ବରୁ ଡକାୟତ ଥିଲେ କିନ୍ତୁ ସେ ବି ରାମ ନାମ ଜପ କରିବା ପରେ ହିଁ ସତ୍‌ ମାର୍ଗରେ ଚାଲିବା ଆରମ୍ଭ କଲେ। ଏହାପରେ ରାମ ନାମ କୃପା ଦ୍ୱାରା ହିଁ ରାମାୟଣର ରଚନା କରିଦେଲେ। ଏସବୁ ବ୍ୟତୀତ ଆପଣଙ୍କୁ ଏହା ବି ଜାଣିବା ନିହାତି ଦରକାର ଯେ ରାମ ଶବ୍ଦ କେବଳ ଗୋଟେ ନାମ ନୁହେଁ ବରଂ ଶ୍ରୀହରିଙ୍କ ଚରଣକୁ ଯିବାର ଏହା ବି ଗୋଟିଏ ମାର୍ଗ ବି ଅଟେ। ଆପଣ ବି ଲକ୍ଷ୍ୟ କରିଥିବେ ଯେତେବେଳେ ଆପଣ ମରା ଶବ୍ଦ ଉଚ୍ଚାରଣ କରିବେ ଆପେ ଆପେ ରାମ ଶବ୍ଦ ହିଁ ଉଚ୍ଚାରଣ ହୋଇଯାଏ। ଏବେ ଆପଶ ନିହାତି ଭାବରେ ରାମ ନାମର ଶକ୍ତି ବିଷୟରେ ଜାଣିପାରିଥିବେ ଯଦି ଜାଣିପାରିଲେ ତାହେଲେ ଆଜି ଠାରୁ ହିଁ ରାମ ନାମରେ ଲୀନ ହୋଇଯାନ୍ତୁ। କାହିଁକିନା ମୃତ୍ୟୁଲୋକରେ ଆମେ ମନୁଷ୍ୟ ହିଁ ଏକମାତ୍ର ତୁଚ୍ଛ ପ୍ରାଣୀ ଯିଏ ଭଲରେ ରହିବା ପାଇଁ ଲୋଭରେ ସାରା ଜୀବନ ଅନେକ କୁକର୍ମ କରିଥାନ୍ତି।

ଆଉ ଆମେ ଏହା ବି ଭୁଲିଯାନ୍ତି ଯେ କେହି ବି ଏ ଦୁନିଆକୁ ଆସିଛି ତାଙ୍କର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ଜୀବନର ଏହା ହିଁ ହେଉଛି ଅଟଳ ସତ୍ୟ, ଏହାବ୍ୟତୀତ ଆଉ ଯଦି କିଛି ସତ ଥାଏ ତାହେଲେ ତାହା ହେଉଛି ରାମ ନାମ। ତାହେଲେ ଆଶା କରୁଛୁ ଏହାର ଅର୍ଥ ଆପଣ ବୁଝି ସାରିଥିବେ। ଆଉ ଏହାର ପାଳନ ବି କରନ୍ତୁ। କାହିଁକିନା ଆମେ ଯେତେ ବି ଧନ ଦୌଲତ କମାଇଥିଳେ ବି ମୃତ୍ୟୁ ବେଳକୁ ଖାଲି ଆପଣ ଏକା ହିଁ ଯିବେ। ସବୁ ଅର୍ଜିତ ଧନ ସମ୍ପତ୍ତି ଏଇଠାରେ ହିଁ ଛାଡିଯିବାକୁ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.